ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୟର ଦ୍ୱାର ଦେଶରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଖାପାଖି ୨୦ ହଜାର ଭୋଟରେ ପଛରେ ପକାଇ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି ସାବିତ୍ରୀ ଅଗ୍ରୱାଲ। ଏହାକୁ ନେଇ ଏବେଠାରୁ ଉତ୍ସବମୁଖର ହୋଇଉଠିଛି ପାଟକୁରା।

ଅନେକ ଆଡ଼ୁ ସାବିତ୍ରୀଙ୍କ ପାଇଁ ଅଭିନନ୍ଦନର ସୁଆ ଛୁଟିଛି। ବିଜୟର ଦ୍ୱାର ଦେଶରେ ରହି ସାବିତ୍ରୀ ଅଗ୍ରୱାଲ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ,”ମୁଁ ପାଟକୁରାବାସୀଙ୍କୁ ଛାଡ଼ି କୁଆଡ଼େ ଯିବନି। ମୁଁ ପାଟକୁରାର ଏବଂ ପାଟକୁରାବାସୀ ମୋର।”

ଆଜି ପାଟକୁରା ଊପ-ନିର୍ବାଚନର ଫଇସଲା ଆସିବ। ସକାଳ ୮ରୁ ପାଟକୁରାରେ ଭୋଟ ଗଣତି ଆରମ୍ଭ ହୋଇଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ଏକ ହାଇଭୋଲ୍ଟେଜ ଲଢ଼େଇ ଦେଖିବାକୁ ମିଳିଛି। ବର୍ତ୍ତମାନ ୧୬ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ସାବିତ୍ରୀ ଅଗ୍ରୱାଲ ୧୭ ହଜାର ଭୋଟରେ ବିଜୟ ମହାପାତ୍ରଙ୍କୁ ପଛରେ ପକାଇଛନ୍ତି।

ଚଳିତ ବିଧାନସଭା ନିର୍ବାଚନ ସମୟରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯାଇଥିଲା। ତେବେ ଏହାପରେ ପାଟକୁରାରେ ଉପ-ନିର୍ବାଚନ ହେବାକୁ ଘୋଷଣା କରିଥିଲେ ନିର୍ବାଚନ କମିଶନରର। ବିଜେଡି ପାଟକୁରାରେ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା।

ଗତ ଜୁଲାଇ ୨୦ରେ ପାଟକୁରାବାସୀ ପୁଣିଥରେ ମତଦାନ ଦେଇଥିଲେ। ଆଜି ଏହି ହାଇଭୋଲ୍ଟେଜ୍‌ ଲଢ଼େଇର ଫଳାଫଳ ଘୋଷଣା ହେବ। ବର୍ତ୍ତମାନ ସୁଦ୍ଧା ୧୬ ରାଉଣ୍ଡ ଭୋଟ ଗଣତି ହୋଇସାରିଛି। ଆଉ ୨ ରାଉଣ୍ଡ ଗଣତି ବାକି ରଡିଛି। ଖୁବ୍‌ଶୀଘ୍ର ପାଟକୁରା ଲଢ଼େଇର ଫଳାଫଳ ଘୋଷଣା ହେବ।

LEAVE A REPLY

Please enter your comment!
Please enter your name here