ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଗାଦେବୀ ମନ୍ଦିରରେ ପରସ୍ପରକୁ ଫୁଲମାଳ ପକାଇ ବିବାହ କରିଛନ୍ତି ଦୁଇ ପ୍ରେମୀ ଯୁଗଳ। ଏମାନେ ଯୁବକ ଯୁବତୀ ନୁହନ୍ତି, ଏମାନେ ଉଭୟ ହେଉଛନ୍ତି ଯୁବତୀ। ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ହୁରାସାହି ଓ ହନ୍ତପଡା ଗାଁରେ। ଏହା କେନ୍ଦ୍ରାପଡ଼ାର ଦ୍ଵିତୀୟ ସମଲିଙ୍ଗୀ ବିବାହ।

ଗତ ତିନି ମାସ ହେଲା ହନ୍ତପଡା ଗାଁର ଜଣେ ଯୁବତୀଙ୍କ ସହିତ ଫେରାର ହୋଇଯାଇଥିଲେ ହୁରାସାହିର ଜଣେ ଯୁବତୀ। ହୁରାସାହି ଯୁବତୀଙ୍କ ପିତା ସ୍ଥାନୀୟ ପାଟକୁରା ଥାନାରେ ଏକ ଅଭିଯୋଗ କରିଥିଲେ। ଏହି ଘଠଣାରେ ପୋଲିସ ଏକ ନିଖୋଜ ମାମଲା କରି ତଦନ୍ତ ଆରମ୍ଭ କରିଥିଲା।

ଗତ ବୁଧବାର ସନ୍ଧ୍ୟାରେ ଏହି ଦୁଇ ଯୁବତୀ ପରସ୍ପରକୁ କରିଲୋପାଟଣା ଦୁର୍ଗାଦେବୀଙ୍କ ମନ୍ଦିରରେ ବିବାହ କରିଛନ୍ତି। ଉଭୟ ସାବାଳକ ହୋଇଥିବାରୁ ସେମାନେ ନିଜର ଭବିଷ୍ୟତ ଜୀବନ ଗଢିବାକୁ ନିଜେ ନିଷ୍ପତ୍ତି ନେଇଥିବା କହିଛନ୍ତି। ତାଙ୍କ ଭଲ ପାଇବାକୁ ୫ ବର୍ଷ ପୂରିଛି ବୋଲି ସେମାନେ କହିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ଏହା ଦ୍ଵିତୀୟ ସମଲିଙ୍ଗୀ ବୀବାହ। ୨୦୧୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥି ଭାବେ ବାଛି ଥିଲେ। ନିକଟରେ ଏହି ସମଲିଙ୍ଗୀମାନେ ବିବାହ ବାର୍ଷିକ ପାଳନ କରିଛନ୍ତି।

Comment