ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବର୍ତ୍ତମାନ ଏଗାର ରାଉଣ୍ଡ ସୁଦ୍ଧା ବିଜେଡି ୧୪, ୭୨୭ ଭୋଟ୍‌ରେ ଆଗୁଆ ଅଛି।

ବିଜେଡି ମୋଟ୍ ୬୩, ୭୮୭ ଭୋଟ୍ ପାଇଥିବା ବେଳେ ବିଜେପି ୪୯, ୦୬୦ ଓ କଂଗ୍ରେସ ୧୬୧୭ ଭୋଟ୍‌ ପାଇଛି। ଏବଂ ନୋଟା ୩୦୧ ଭୋଟ୍ ମିଳିଛି।

ପ୍ରଥମ ରାଉଣ୍ଡରୁ ଆରମ୍ଭ କରି ଏକାଦଶ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଲଗାତାର ବାଜି ମାରି ନେଇଛି।

ପାଟକୁରାରେ କିଏ ମାରିବ ବାଜି? ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ବିଜେଡି, ବିଜେପି ନା କଂଗ୍ରେସ ଉପରେ ପାଟକୁରାବାସୀ ଭରସା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment