ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟରେ ଜାରି ରହିଛି ଅବସର ସିଜିନ। ମଙ୍ଗଳବାର ଶ୍ରୀଲଙ୍କାର ପେସ ବୋଲର ଲାସିଥ ମାଲିଙ୍ଗା ଅବସର ନେବାର ଗୋଟିଏ ଦିନ ନପୂରୁଣୁ ଆଜି ସେହି ସମାନ ଦଳରୁ ଅବସର ଘୋଷଣା କରିଛନ୍ତି ପେସ ବୋଲର ନୁଅନ କୁଲସେଖରା।

ଚାମିଣ୍ଡା ଭାସ ଓ ଲସିଥ ମାଲିଙ୍ଗାଙ୍କ ପରେ ନୁଅନ କୁଲସେଖରା ର ସବୁଠାରୁ ସଫଳ ପେସ ବୋଲର। ସେ ପୂର୍ବରୁ ଦିନିକିଆ ବୋଲର ରାଙ୍କର ୧ ନମ୍ଵର ସ୍ଥାନରେ ରହିଥିଲେ। ଶ୍ରୀଲଙ୍କାର ସର୍ବାଧିକ ଓ୍ଵିକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି। ସେ ୧୮୪ ମ୍ୟାଚରୁ ୧୯୯ ଓ୍ଵିକେଟ ନେଇଛନ୍ତି।

ନୁଅନ ୨୦୦୩ରେ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୧୭ରେ ସେ ତାଙ୍କ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ବୋଲିଂ ଛଡ଼ା ବ୍ୟାଟିଂରେ ମଧ୍ୟ ଦକ୍ଷତା ରଖିଥିଲେ ନୁଅନ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ୭୩ ରନର ଇଂନିସ ଖେଳିଥିଲେ।

Comment