ଓଡ଼ିଶାଲାଇଭ ବ୍ୟୁରୋ

ଆଉ ଦିନକ ପରେ ଦେଶ ପାଳିବ ‘କାରଗିଲ ବିଜୟ ଦିବସ’। ଏଥିଲାଗି ଦିଲ୍ଲୀ ଓ ଜମ୍ମୁ କଶ୍ମୀରରେ ସେନାପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ବୀର ଯବାନଙ୍କ ବଳୀଦାନ ମନେ ପକାଇ ବିଏସ୍‌ଏଫ୍ ଯବାନ ଏକ ସପ୍ତାହ ପର୍ଯ୍ୟନ୍ତ କାରଗିଲ ବିଜୟ ଦିବସ ଅବସରରେ ଉତ୍ସବ ପାଳନ କରୁଛନ୍ତି।

ଶନିବାରଠାରୁ ଆରମ୍ଭ ହୋଇଥିବା କାରଗିଲ ବିଜୟ ଦିବସ ସମାରୋହ ଲାଗି ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ କାରଗିଲ ବିଜୟ ଦିବସକୁ ୨୦ ବର୍ଷ ପୂରଣ ହେବ।

ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାରଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ପାକିସ୍ତାନ ଅନୁପ୍ରବେଶକାରୀ ବିରୋଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ିବାରେ ସଫଳ ହୋଇଥିଲା ଭାରତ। ଏହି ଅପରେସନର ନାଁ ଥିଲା ‘ବିଜୟ’ ସେଥିଲାଗି ଏହାକୁ କାରଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି।

କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା।

୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ। ଯୁଦ୍ଧରେ ଭାରତର ୫୨୭ ଯବାନ ଶହୀଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ।

Salam Sahid

ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ଵୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନାର ମିଗ୍‌-୨୭, ମିଗ୍‌-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼। କାରଗିଲ୍‌ ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍‌ ବିକ୍ରମ ବତ୍ରା, ରାଇଫଲମ୍ୟାନ୍‌ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ।

Comment