ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଷଷ୍ଠ ରାଉଣ୍ଡ ସୁଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୦୫୩୨ ଖଣ୍ଡ ଭୋଟ ଆଗରେ ଅଛନ୍ତି। ସାବିତ୍ରୀଙ୍କୁ ୩୬୬୧୨ ଭୋଟ ମିଳିଥିବା ବେଳେ ବିଜୟଙ୍କୁ ୨୬୦୮୦ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମାତ୍ର ୯୮୨ ଭୋଟ ମିଳିଛି।

ଏଥର କିଏ ଦଖଲ କରିବ ପାଟକୁରା? ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ବିଜେଡି, ବିଜେପି ନା କଂଗ୍ରେସ ଉପରେ ପାଟକୁରାବାସୀ ଭରସା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଏଠାରେ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି। ଏହି ସିଟ୍‌ରେ ଜିତିବା ବିଜେଡି ଲାଗି ସମ୍ମାନର ପ୍ରଶ୍ନ ହୋଇଉଠିଛି। ଅପରପକ୍ଷେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରାଜନୈତିକ କ୍ୟାରିଅର ଲାଗି ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

ପ୍ରଥମ ପାଞ୍ଚଟି ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି। ଆହୁରି ୧୧ଟି ରାଉଣ୍ଡରେ ଗଣତି ବାକି ରହିଥିବା ବେଳେ ସମୀକରଣ ବଦଳିବାର ସମ୍ଭାବନା ରହିଛି।

କେନ୍ଦ୍ରାପଡ଼ା ସ୍ୱଂୟ ଶାସିତ କଲେଜରେ ଭୋଟ୍‌ ଗଣତି ଚାଲିଛି। ଭୋଟ୍  ଗଣତି ପାଇଁ ୧୮ଟି ଟେବୁଲର ବ୍ୟବସ୍ଥା କରାଯାଇଛି।

ମୋଟ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ। ପ୍ରଥମେ ଡେରାବିଶ ବ୍ଲକର ଭୋଟ ଗଣତି କରାଯିବ। ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣନା କରାଯିବାକୁ ବ୍ୟବସ୍ଥା ରହିଛି। ଭୋଟ ଗଣନା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ।

Comment