ଓଡ଼ିଶାଲାଇଭ ବ୍ୟୁରୋ

କାରଗିଲ ଯୁଦ୍ଧକୁ ୨୦ ବର୍ଷ ପୂରଣ ହେବାକୁ ଯାଉଛି। ଜୁଲାଇ ୨୬ରେ ସାରାଦେଶରେ ଏହି ବିଜୟ ଉତ୍ସବ ପାଳନ ହେବ। ତା’ ପୂର୍ବରୁ ଆମେ ଆପଣଙ୍କୁ ଜଣେ ଏମିତି ମହିଳା ପାଇଲଟଙ୍କ ବିଷୟରେ କହିବୁ ଯିଏ କାରଗିଲ ଯୁଦ୍ଧରେ ଶତାଧିକ ଯବାନଙ୍କ ଜୀବନ ବଞ୍ଚେଇଥିଲେ। ସେ ହେଲେ ଗୁଞ୍ଜନ ସକସେନା।

ଗୁଞ୍ଜନ ସକ୍‌ସେନା ହେଲେ ପ୍ରଥମ ମହିଳା ଆଇଏଏଫ୍ ପାଇଲଟ। ୧୯୯୯ ମସିହା କାରଗିଲ ଯୁଦ୍ଧରେ ଗୁଞ୍ଜନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥଲା। କାରଗିଲ ଯୁଦ୍ଧରେ ଯୁଦ୍ଧସ୍ଥଳରୁ ଆହତ ଯବାନଙ୍କୁ ଆଣିବା କାମ କରିଥିଲେ ଗୁଞ୍ଜନ।

ଏହି ସମୟରେ ଯବାନଙ୍କୁ ଖାଦ୍ୟ, ମେଡିକାଲ ସୁବୁଧା ଆଦି ଯୋଗାଇବାର କାର୍ଯ୍ୟ କରିଥିଲେ ସେ। ଏଥିସହ ପାକିସ୍ଥାନ ୱାର ଜୋନ ଉପରେ ନଜର ରଖିବା ଦାୟିତ୍ୱ ତାଙ୍କ ଉପରେ ରହିଥିଲା। ବିନା ହତିଆରରେ ସେ ଯୁଦ୍ଧର ସାମ୍ନା କରିଥିଲେ। ତାଙ୍କର ଏଭଳି ସାହାସିକତା ପାଇଁ ତାଙ୍କୁ ସୌର୍ୟ ଚକ୍ର ସମ୍ମାନ ଦିଆଯାଇଥିଲା।

ଏବେ ତାଙ୍କ ଜୀବନୀ ଉପରେ ବଲିଉଡରେ ଏକ ଫିଲ୍ମ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ଏଥିରେ ଅଭିନେତ୍ରୀ ଜାହ୍ନବୀ କପୁର ଗୁଞ୍ଜନଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାପଡ଼ିଛି।

Salam Sahid

Comment