ଓଡ଼ିଶାଲାଇଭ ବ୍ୟୁରୋ

ବୀରତ୍ୱ ଓ ବିଜୟର ପର୍ବ ପାଳିବାକୁ ଯାଉଛି ସାରାଦେଶ। ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏହି ଅବସରରେ ଆଜି କାରଗିଲର ଦ୍ରାସ ସ୍କେଟରରେ ସେନା ପକ୍ଷରୁ ଯୁଦ୍ଧାସ୍ତ୍ର ଓ ରଣକୌଶଳ ପ୍ରଦର୍ଶନ କରାଯାଇଛି। କାରଗିଲ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବୋଫର୍ସ ତୋପର ପ୍ରଦର୍ଶନ ସହ ଦ୍ରାସରେ ପ୍ରସ୍ତୁତ ହୋଇଛି ପ୍ରତୀକାତ୍ମକ ସମରସଜ୍ଜା।

ଦୁର୍ଗମ ପର୍ବତ ଚଢ଼ି ପରାକ୍ରମ ଓ ରଣକୌଶଳ ପ୍ରଦର୍ଶନ କରିଛନ୍ତି ଭାରତୀୟ ସେନାର କୁଶଳୀ ଯୋଦ୍ଧା। ଏହି ଉତ୍ସବ ବିଜୟ ଉତ୍ସବ ପାଳନ ପୂର୍ବରୁ ଭାରତୀୟ ସ୍ଥଳସେନା ପକ୍ଷରୁ ଦ୍ରାସ ସ୍କେଟରରେ ଡେୟାର ଡେଭିଲ୍ସ ଶୋ ପ୍ରଦର୍ଶନ କରାଯାଇଛି।

କାରିଗଲରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଶୋ ପ୍ରଦର୍ଶନ କରାଯାଇଛି। ବାଇକରେ ବିଭିନ୍ନ ଷ୍ଟଣ୍ଟ ଦେଖାଇ ଲୋକଙ୍କ ମନ କିଣିଛନ୍ତି ବୀର ଯବାନ। ବିଭିନ୍ନ ପ୍ରକାର ଖତରନାକ ଷ୍ଟଣ୍ଟ ଦେଖାଇଛନ୍ତି ଯବାନ। ଯବାନଙ୍କ ଏଭଳି ରଣକୌଶଳକୁ ସମେସ୍ତ ପ୍ରଂଶସା କରିଛନ୍ତି।

ତେବେ କେବଳ କର୍ମଭୂମି ନୂହେଁ ସେହି ଯବାନଙ୍କ ଜନ୍ମୂଭିମରେ ଆରମ୍ଭ ହୋଇଛି ପ୍ରସ୍ତୁତି।

Salam Sahid

Comment