ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ରେଳୱେ ଷ୍ଟେସନକୁ ରେଳ ଡିଭିଜନର ମାନ୍ୟତା ମିଳିବା ପରେ ଏବେ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଛି। ଏନେଇ ବୁଧବର ଇଣ୍ଡୋରରୁ ଇକି ଏନର୍ଜି ସର୍ଭିସ୍ ନାମକ ଏକ ସଂସ୍ଥାର ଦୁଇ ଜଣିଆ ଟିମ୍ ଆସି ଷ୍ଟେସନ୍ ପରିଦର୍ଶନ କରିଛନ୍ତି।

ଷ୍ଟେସନ୍ ପରିସରରେ ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା,ବସିବା ପାଇଁ ବ୍ୟବସ୍ଥା ଓ ବିଶେଷ କରି ପରିମଳ ବ୍ୟବସ୍ଥା କେମିତି ଅଛି ସେନେଇ ଯାଞ୍ଚ୍ କରିଥିଲେ। ଏହି ଟିମ୍ ଭାରତୀୟ ରେଳ ବିଭାଗକୁ ଏନେଇ ଏକ ରିପୋର୍ଟ ପ୍ରଦାନ କରିବେ। ବିଶାଖାପାଟଣାମ୍ ଡିଭିଜନ ଅଧିନରେ ଥିବା ୬ଟି ଷ୍ଟେସନ୍ କୁ ବିଶ୍ୱର ମାନ୍ୟତା ଦେବା ପାଇଁ ଏପରି ପ୍ରୟାସ୍ କରାଯାଉଛି ବୋଲି ଟିମର ମୁଖ୍ୟ ତଥା ଇକି ସଂସ୍ଥାର ନିର୍ଦେଶକ ଏସ୍.କେ.ବିଦ୍ୟାର୍ଥୀ ସୂଚନା ଦେଇଛନ୍ତି।

ଏହି ଟିମ୍ ବୁଧବର ୧୨ଟାରେ ପହଞ୍ଚି ରାୟଗଡ଼ା ରେଳ ଷ୍ଟେସନର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଫେରିଛନ୍ତି। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ରାୟଗଡା ଷ୍ଟେସନ୍ ପରିସରରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Comment