ଓଡିଶାଲାଇଭ ବ୍ୟୁରୋ

କାରଗିଲ ଯୁଦ୍ଧରେ ପ୍ରାଣ ହରାଇ ଭାରତର ୫୦୦ରୁ ଅଧିକ ଯବାନ। ସେହି ଯବାନଙ୍କ ମଧ୍ୟରେ ବୀର ଯବାନ ଥିଲେ ଅନୁଜ ନାୟର। ମାତ୍ର ୨୪ ବର୍ଷ ବୟସରେ ସେ ଦେଶ ପାଇଁ ସହିଦ ହୋଇଥିଲେ। ନିଜ ଜୀବନକୁ ବାଜି ଲଗାଇ କ୍ୟାପଟେନ ଅନୁଜ ଶତ୍ରୁ ସୈନ୍ୟଙ୍କ ସହ ଲଢ଼ିଥିଲେ।

୧୭ ଜାଟ ରେଜିମେଣ୍ଟର କ୍ୟାପଟେନ ଥିଲେ ଅନୁଜ ନାୟର। ଯେତେବେଳେ ସେ ଶତ୍ରୁ ସହ ଲଢ଼ିବା ପାଇଁ ପାହାଡ଼ ଚଢ଼ୁଥିଲେ ସେତେବେଳେ ସେ ଜାଣଥିଲେ ଏଠାରୁ ଜୀବିତ ଫେରିବା ଅସମ୍ଭବ। ମାତ୍ର ମୃତ୍ୟୁକୁ ଭୟ ନକରି ଶତ୍ରୁଙ୍କ ସହ ଲଢ଼ିବାକୁ ଆଗକୁ ବଢ଼ିଥିଲେ ଅନୁଜ। କାରଗିଲ ମସ୍କୋହ ଘାଟିରେ ପଏଣ୍ଟ ୪୮୭୫ ସେ ବିଜୟ ହାସଲ କରିଥିଲେ। ଫଳରେ କାରଗିଲ ଜିତିବାକୁ ଭାରତକୁ ସାହାଯ୍ୟ ମିଳିଥିଲା।

ଅଗଷ୍ଟ ୨୮, ୧୯୭୫ ମସିହା  ଦିଲ୍ଲୀରେ ଜନ୍ମ ହୋଇଥିଲେ। ତାଙ୍କର  ବାପା ଏସ.କେ ନାୟର ଓ ମାତା ମୀନା ନାୟରା ଅନୁଜ ଆର୍ମି ପବ୍ଲିକ୍ ସ୍କୁଲ ଓ ନ୍ୟାସନାଲ  ଡିଫେନ୍ସି ଏକାଡେମି ପାଠ ପଢ଼ିଥିଲେ।

୧୯୯୭ରେ ଇଣ୍ଡିୟାନ ମିଲଟାରି ଏକାଡେମିର ୧୭ ବାଟାଲିୟନ ଜାଟ ରେଜିମେଣ୍ଟରେ ଜଏନ କରିଥିଲେ ଅନୁଜ। ସେତେବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ମୟସ ହୋଇଥିଲା। ଯୁଦ୍ଧରେ ୭ ଜଣ ଶତ୍ରୁଙ୍କୁ ନିଧନ କରିବା ସହିତ ୪ଟି ବଙ୍କରକୁ ଧୂଳିସାତ କରି ଦେଇଥିଲୋ ଚତୁର୍ଥ ବଙ୍କର ନଷ୍ଟ କରିବା ବେଳେ ଶତ୍ରୁ ପକ୍ଷରୁ ଏକ ଗ୍ରେନେଡ ସିଧା ଅନୁଜଙ୍କ ଉପରେ ପଡ଼ିଥିଲା। ସେଥିରେ ସହିଦ ହୋଇଥିଲେ।Salam Sahid

ଅନୁଜଙ୍କ ସହିଦ ଖବର ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। କାରଗିଲ ଯିବା ପୂର୍ବରୁ ତାଙ୍କ ନିର୍ବନ୍ଧ ସରିଥିଲା। ଛୁଟିରେ ଆସିଥିଲେ ଅନୁଜ ବିବାହ କରିଥାନ୍ତେ। ମଥାରେ ବିବାହ ମୁକୁଟ ବନ୍ଧା ହୋଇଥାନ୍ତା ହେଲେ ତ୍ରିରଙ୍ଗା ଘୋଡ଼ାଇ ଆସିଥିଲେ।

Comment