ଓଡ଼ିଶାଲାଇଭ ବ୍ୟୁରୋ

କାରଗିଲକୁ ପୂରିଲାଣି ୨୦ ବର୍ଷ। ହେଲେ ଆଜି ଲୋକଙ୍କ ମନରେ ସେହି ସ୍ମୃତି ତାଜା। ଆଜି ବି ସହିଦଙ୍କ ପ୍ରାଣବଳି ଆଖିକୁ ଲୁହରେ ଭିଜେଇଛି। ଏହି ବୀର ଯବାନଙ୍କ ବୀରତ୍ୱ କାହାଣୀ ଶୁଣି ଆଜି କୋଟି କୋଟି ଭାରତୀୟଙ୍କୁ ଛାତି କୁଣ୍ଡେ ମୋଟ ହେଉଛି।

ସେମିତି ଜଣେ ବୀରପୁତ୍ର ଥିଲେ ସ୍କ୍ୱାଡ୍ରନ ଲିଡର ଅଜୟ ଆହୁଜା। ଯାହାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଥିଲେ। ପରବର୍ତ୍ତୀ ସମୟରେ ପାକିସ୍ତାନ ସେନା ଅଜୟଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

କାରଗିଲ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ଅପରେସନ ସଫେଦ ସାଗର ଆରମ୍ଭ ହୋଇଥିଲା। ଏହି ଅବରେସନର ଉଦ୍ଦେଶ୍ୟ ଥିଲା ଏଲଓସିରେ ଭାରତୀୟ ସୀମାକୁ କବ୍‌ଜା କରିଥିବା ପାକିସ୍ତାନ ସେନାଙ୍କ ପୋଜିସନ ଜାଣିବା। ବାୟୁସେନାର  ବଣ୍ଡିଡାସ୍ଥିତ ଗୋଲଡେନ ଏରୋଜର ସ୍କ୍ୱାଡ୍ରନରେ ଅଜୟ ଫ୍ଲାଇଟ କମାଣ୍ଡର ଥିଲେ।

ଅଜୟଙ୍କୁ ଦାୟିତ୍ୱ ଦିଆଯାଇଥିଲା ଏଲଓସିରେ ପାକିସ୍ତାନର ସେନାର ପୋଜିସନର ତଥ୍ୟ ଜାଣିବା। ମିଗ୍ ୨୧କୁ ନେଇ ଅଜୟ ଏଲଓସିରେ ଉଡ଼ାଣ ଆରମ୍ଭ କରିଥିଲେ। ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ଏହି ମିଶନରେ ତାଙ୍କ ସାଥୀ ଫ୍ଲାଇଟ ଲେଫ୍ଟନାଣ୍ଟ ନଚିକେତା ତାଙ୍କ ବିମାନ ମିଗ ୨୭ରେ ନିଆଁ ଲାଗିବା କାରଣରୁ ବିମାନରୁ ଡେଇଁ ପଡ଼ିଛନ୍ତି।Salam Sahid

ପାକିସ୍ତାନ ସୀମା ବିପଦପୂର୍ଣ୍ଣ ଜାଣିବି ସାଥୀ ନଚିକେତାଙ୍କୁ ବଞ୍ଚାଇବା ପାଇଁ ଅଜୟ ପାକିସ୍ତାନ ସୀମାକୁ ପଳାଇଥିଲେ। ଏହି ସମୟରେ ପାକିସ୍ତାନ ସେନା ତାଙ୍କ ବିମାନକୁ ଆକ୍ରମଣ କରିଥିଲେ। ଏଥିରେ ଅଜୟଙ୍କ ବିମାନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେ ବାଧ୍ୟ ହୋଇ ବିମାନରୁ ଡେଇଁଥିଲେ ଆଉ ପାକିସ୍ତାନ ସୀମାରେ ଓହ୍ଲାଇଥିଲେ। ସେହି ସମୟରେ ପାକିସ୍ତାନ ସେନା ତାଙ୍କୁ ଘେରି ନେଇଥିଲେ ଏବଂ ତାଙ୍କୁ ଗୁଳି ମାରି ଦେଇଥିଲେ। ଅଜୟ ଆହୁଜାଙ୍କୁ ମରଣୋତ୍ତର ବରଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।

Comment