ଓଡ଼ିଶାଲାଇଭ ବ୍ୟୁରୋ

ଜୁଲାଇ ୩, ୧୯୯୯ରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଭାରତୀୟ ସେନାର ଜଣେ ଯୁବ ଅଧିକାରୀ। ହେଲେ ମୃତ୍ୟୁ ପୂର୍ବରୁ ସେ ଲେଖିଥିଲେ ଏକ ବୀରତ୍ୱର କାହାଣୀ। ଯାହାକୁ ମନେ ପକାଇ ପ୍ରତିଟି ଭାରତୀୟ ଗର୍ବରେ ଫାଟି ପଡ଼ୁଛି। ଏହି ବୀରପୁତ୍ର ହେଲେ କ୍ୟାପଟେନ ମନୋଜ ପାଣ୍ଡେ। ଯୁଦ୍ଧରେ ଅଦମ୍ୟ ସାହାସ ଓ ବୀରତ୍ୱ ଯୋଗୁଁ ତାଙ୍କୁ ମିଳିଥିଲା ଭାରତର ସର୍ବୋଚ୍ଚ ବୀରତ୍ୱ ସମ୍ମାନ ପରମବୀର ଚକ୍ର।

ଗୋରଖା ରାଇଫଲ୍ସର ଲେଫ୍ଟନାଣ୍ଟ ମନୋଜ ପାଣ୍ଡେ ନିଜ ଟିମ ସହ ଦୁର୍ଗମ ପାହାଡ଼ ଅଞ୍ଚଳରେ  କାଳି ମାତା କି ଜୟ ନାରା ଲଗାଇ ଶତ୍ରୁଙ୍କ ଥରହର କରିଥିଲେ। ଉଚ୍ଚା ପାହାଡ଼ରେ ଶତ୍ରୁଙ୍କ ଅନେକ ବଙ୍କର ନଷ୍ଟ କରିଦେଇଥିଲେ।  ଗଭୀର ଆହତ ହେବା ପରେ ବି ଶେଷ ନିଶ୍ୱାସ ଥିବା ଯାଏ ସେ ଶତ୍ରୁ ସହ ଲଢ଼ିଥିଲେ।  ଯୁଦ୍ଧରେ ମନୋଜଙ୍କୁ ଅନେକ ମିଶନରେ ସଫଳ ହୋଇଥିଲେ।

ଜୁଲାଇ ୩ରେ ମନୋଜ ଖଲିବୁର ପାହାଡ଼ରୁ ଶତ୍ରୁଙ୍କ ତଡ଼ିବାର ଅର୍ଡର ମିଳିଥିଲା। ଏହି ଅପରେସନ ମନୋଜଙ୍କ ପାଇଁ ସବୁଠୁ ଅଧିକ କଷ୍ଟ ଥିଲା। ତଥାପି ଟିମ ସହ ଆଗକୁ ବଢ଼ିଥିଲେ ମନୋଜ।

ଶତ୍ରୁଙ୍କ ସହ ଲଢ଼ିବା ସମୟରେ ତାଙ୍କ ହାତ ଆଉ ଗୋଡ଼ରେ ଗୁଳି ବାଜିଥିଲା। ତଥାପି ସେ ଲଢ଼ିଥିଲେ ଆଉ ବିଜୟ ପତାକା ଉଡ଼ାଇଥିଲେ।Salam Sahid

୧୯୭୫, ଜୁନ ୨୫ରେ ଉତ୍ତରପ୍ରଦେଶର ସୀତାପୁରରେ ଜନ୍ମ ହୋଇଥିଲେ ମନୋଜ। ମନୋଜ ସୈନିକ ସ୍କୁଲରେ ପଢ଼ୁଥିଲେ। ସେହିଠାରୁ ତାଙ୍କ ମନରେ ଦେଶପ୍ରେମ ଜାଗ୍ରତ ହୋଇଥିଲା। ସେ ସେନାରେ ଭର୍ତ୍ତି ହେବାକୁ ଚାହଁଥିଲେ।

ସେନାରେ ଭର୍ତ୍ତି ପାଇଁ ମନୋଜ ଯେଉଁ ଇଣ୍ଟରବ୍ୟୁ ଦେଇଥିଲେ ସେଥିରେ ତାଙ୍କୁ ପଚରା ଯାଇଥିଲା ତୁମେ ସେନାରେ ଭର୍ତ୍ତି ହେବାକୁ କାହିଁକି ଚାହୁଁଛ? ଏହାର ଉତ୍ତରରେ ମନୋଜ କହିଥିଲେ ମତେ ପରମବୀର ଚକ୍ର ଦରକାର।

Comment