ଓଡ଼ିଶାଲାଇଭ ବ୍ୟୁରୋ

ବାଲିଅନ୍ତା ଠିକାଦାର ହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରଦୀପ କୁମାର ସାହୁଙ୍କୁ ଗିରଫ କରାଯାଇଛି। ଚିକେନ ତରକାରୀ ରଖିନଥିବାବାରୁ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା ପ୍ରଦୀପ।

ବାଲିଅନ୍ତା ଥାନା ଅନ୍ତର୍ଗତ ନଖରା ଅଞ୍ଚଳର ରଙ୍ଗ ଠିକାଦାର ଅରୁଣ କୁମାର ଦାସ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଅଭିଯୁକ୍ତକୁ ଗିରଫ କରିବା ସହ ରକ୍ତ ଲଗା ବେଲଚା, ସାର୍ଟ ଓ ଲୁହା ପାଇପ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରଦୀପ କୁମାର ସାହୁ ଓରଫ ଚିକୁ।

ହତ୍ୟାକାଣ୍ଡ ପଛର କାରଣ ଥିଲା ଅଜବ। ସାମାନ୍ୟ ଘଟଣାରୁ ଅଭିଯୁକ୍ତ ଘଟାଇଥିଲା ବିଭତ୍ସ ହତ୍ୟାକାଣ୍ଡ। ଠିକାଦାର ସବୁ ଚିକେନ୍ ତରକାରୀ ଖାଇ ଦେଇଥିବାରୁ ବେଲଚା ଓ ଲୁହା ପାଇପରେ ପିଟି ପଟି ହତ୍ୟା କରିଥିଲା ପ୍ରଦୀପ।

ପ୍ରଦୀପଙ୍କ ଘର କେନ୍ଦ୍ରାପଡ଼ା ଭଟ୍ଟବଗା ଗ୍ରାମରେ। ସେ ରଙ୍ଗ କାମ କରିବାକୁ ଭୁବନେଶ୍ଵର ଆସିଥିଲା। ତେବେ ଏଥିପାଇଁ ସେ ରଙ୍ଗ ଠିକାଦାର ଅରୁଣଙ୍କୁ ଭେଟି ତାଙ୍କ ସହ କାମ କରୁଥିଲା। କିଛିଦିନ କାମ କରିବା ପରେ ପ୍ରଦୀପଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଏଥିପାଇଁ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ।

ହସ୍ପିଟାଲ ଯିବା ପୂର୍ବରୁ ସେ ଚିକେନ କିଣି ଠିକାଦାରକୁ ଦେଇଥିଲା। ସେ ହସ୍ପିଟାଲରୁ ଆସିଲେ ଖାଇବ ବୋଲି କହିକି ଯାଇଥିଲା। ମାତ୍ର ଠିକାଦାର ପ୍ରଦିପ ସବୁ ଗଡ଼ବଡ଼ କରିଦେଇଥିଲେ। ମଦ ନିଶାରେ ସବୁତକ ଚିକେନ ଖାଇଦେଇଥିଲେ।

ଏହାକୁ ନେଇ ଅରୁଣ ଓ ପ୍ରଦୀପ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ହିଂସ୍ର ହୋଇପଡ଼ିଥିଲା ପ୍ରଦୀପ ପାଖରେ ଥିବା ବେଲଚା ଓ ଲୁହା ପାଇପରେ ପିଟିପିଟି ହତ୍ୟା କରି ଫେରାର ହୋଇଯାଇଥିଲା।

ଘଟଣାଟି ଫନି ବାତ୍ୟା ପୂର୍ବଦିନ ହୋଇଥିବାରୁ ମୋବାଇଲ ଟ୍ରାକ କରି ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ପୋଲିସକୁ ଅସୁବିଧା ହୋଇଥିଲା। ଅଭିଯୁକ୍ତ କିଛିଦିନ ମୋବାଇଲ ବନ୍ଦ ରଖିଥିଲା। ପରେ ଗତ ଦୁଇ ସପ୍ତାହ ତଳେ ମୋବାଇଲ ଅନ କରିଥିବାରୁ ପୋଲିସ ହାତରେ ଧରା ପଡ଼ିଥିଲା।

Comment