ଓଡ଼ିଶାଲାଇଭ ବ୍ୟୁରୋ

ମଙ୍ଗଳବାର ଦେଶର ପ୍ରଥମ ମହିଳା ଡାକ୍ତର ଓ ବିଧାୟିକା ଡାକ୍ତର ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ୧୩୩ତମ ଜନ୍ମ ଜୟନ୍ତୀରେ ଗୁଗୁଲ-ଡୁଡୁଲ୍ ଶ୍ରଦ୍ଧାଞ୍ଜଳି ଦେଇଛି। ଡାକ୍ତର ରେଡ୍ଡୀ ଏକାଧାରାରେ ଜଣେ ଶିକ୍ଷିବତ୍, ବିଧାୟିକା, ସର୍ଜନ ଓ ସମାଜସେବୀ ଥିଲେ।

ସେ ଦେଶର ପ୍ରଥମ ମହିଳା ଡାକ୍ତର ଓ ବିଧାୟିକା ହେବାରେ ଗୌରବ ଅର୍ଜନ କରିଛନ୍ତି। ସାମାଜିକ ଅସମାନତା, ଲିଙ୍ଗଗତ ଅସମାନତା ଓ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଉପରେ ବହୁ ସମୟ ଧରି କାର୍ଯ୍ୟ କରିଛନ୍ତି। ତାମିଲନାଡୁ ସରକାରୀ ଡାକ୍ତରଖାନାରେ ପ୍ରଥମ ମହିଳା ସର୍ଜନ ଡାକ୍ତର ଭାବେ ସେ ନିଯୁକ୍ତି ପାଇଥିଲେ।

ଡାକ୍ତର ମୁଥୁଲକ୍ଷ୍ମୀ ରେଡ୍ଡୀ ୧୮୮୬ରେ ତାମିଲନାଡୁର ପୁଡ୍ଡୁକୋଇଟାଇରେ ଜନ୍ମମଗ୍ରହଣ କରିଥିଲେ। ପରେ ୧୯୯୨ରେ ପ୍ରଥମ ମହିଳା ଡାକ୍ତର ଭାବେ ତାଙ୍କୁ ମାଦ୍ରାସ ସରକାରୀ ମାତୃତ୍ଵ ହସ୍ପିଟାଲରେ ସର୍ଜନ ଭାବେ ନିଯୁକ୍ତି ମିଳିଥିଲା।

୧୯୧୮ ମସିହାରେ ମାଦ୍ରାସ ବିଧାନସଭାର ପ୍ରଥମ ମହିଳା ସଦସ୍ୟ ହେବା ସହ ପ୍ରଥମ ମହିଳା ବିଧାୟିକା ମଧ୍ୟ ହୋଇଥିଲେ। ସେ ବାଳିକା ବିବାହ ବିରୋଧରେ ନିୟମ ଲାଗୁ କରିଥିଲେ ଓ ଦେବଦାସୀପ୍ରଥା ବନ୍ଦ କରିବାକୁ ବିଧାନସଭାରେ ଦାବି କରିଥିଲେ।

ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ୧୯୫୬ ମସିହାରେ ପଦ୍ମଭୁଷଣରେ ସମ୍ମାନୀତ କରାଯାଇଥିଲା। ପରେ ୧୯୬୮ ମସିହା ଜୁଲାଇ ୨୨ରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment