ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪୧ ଜଣ ପାଇବେ ‘ପଦ୍ମ’ ସମ୍ମାନ। ଓଡ଼ିଶାରୁ ଜଣଙ୍କୁ ପଦ୍ମଭୂଷଣ ଓ ୯ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।  

ଗଣତନ୍ତ୍ର ଦିବସ ପୂର୍ବରୁ ଶନିବାର ସନ୍ଧ୍ୟାରେ ‘ପଦ୍ମ’ ସମ୍ମାନ ଘୋଷଣା ହୋଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମୁଦାୟ ୧୪୧ ଜଣଙ୍କୁ ଏଥି ଲାଗି ମନୋନୀତ କରାଯାଇଛି। ଏଥି ମଧ୍ୟରେ ୧୦ ଜଣ ଓଡ଼ିଆ ରହିଛନ୍ତି। ବିଶିଷ୍ଟ ସାହିତ୍ୟକ ମନୋଜ ଦାସଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯିବ। ସେହିପରି ଅନ୍ୟ ୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ।

ସମୁଦାୟ ୧୪୧ ଜଣଙ୍କ ମଧ୍ୟରୁ ୧୧୮ ଜଣଙ୍କୁ ପଦ୍ମଶ୍ରୀ , ୧୬ ଜଣଙ୍କୁ ପଦ୍ମଭୂଷଣ ଓ ୭ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ଲାଗି ମଧ୍ୟ ଚୟନ କରାଯାଇଛି। ଏହି ବ୍ୟକ୍ତତ୍ଵଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ଵତନ୍ତ୍ର ଉତ୍ସବରେ ସମ୍ମାନ ପ୍ରଦାନ କରିବେ।

ଓଡ଼ିଶାରୁ ୧୦ ଜଣ ହେଲେ –

୧- ସାହିତ୍ୟ ଓ ଶିକ୍ଷା ପାଇଁ ମନୋଜ ଦାସଙ୍କୁ ପଦ୍ମଭୂଷଣ

୨- ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ

୩– ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ଜୈବିକ କୃଷି ପାଇଁ ପଦ୍ମଶ୍ରୀ

୪- ବଟକୃଷ୍ଣ ସାହୁଙ୍କୁ ପଶୁଚିକିତ୍ସା ପାଇଁ ପଦ୍ମଶ୍ରୀ

୫- ବିଣାପାଣି ମହାନ୍ତିଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ

୬- ଉଚ୍ଛବ ଚରଣ ଦାସଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ

୭- ଦମୟନ୍ତୀ ବେଶ୍ରାଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ

୮- ମିତ୍ରଭାନୁ ଗୌନ୍ତିଆଙ୍କୁ କଳା କ୍ଷେତ୍ର ପାଇଁ ପଦ୍ମଶ୍ରୀ

୯- ପ୍ରବାସୀ ଭାରତୀୟ ଡକ୍ଟର ପ୍ରଶାନ୍ତ ପଟ୍ଟନାୟକଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ

୧୦- ଦିଗମ୍ଵର ବେହେରାଙ୍କୁ ମେଡିସିନ ପାଇଁ ପଦ୍ମଶ୍ରୀ ସମ୍ମାନ

Comment