ଜ୍ଞାନରଞ୍ଜନ ଦାସ

ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମରେ ୧୯୩୪ ମସିହା ଫେବ୍ରୁଆରି ୨୭ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତା’ପର ଦୁଇ ସନ୍ତାନ ଝିଅ, ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି। ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ ‘ଅଲୌକିକ ଶକ୍ତିର ଉତ୍ସ’ ଭାବେ ଅଭିହିତ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା।

ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ। ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ। ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା। ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଲା ଏବଂ ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ। ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ। ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ। ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ। ସେତେବେଳକୁ ‘ଜୀବନର ସ୍ୱାଦ’ ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ।

୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କଲେ। ସେହି ବର୍ଷ ତାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ସୂତ୍ରପାତ ହୋଇଥିଲା। ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶ ଏବଂ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ବିବାହ। ସମଗ୍ର ଭାରତବର୍ଷରେ ରାଜାରାଜୁଡାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ ।

୧୯୬୧ ମସିହାରେ ‘ଆରଣ୍ୟକ’ ପ୍ରକାଶ ପାଇବା ପରେ ଓଡ଼ିଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା। ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗଦେଲେ। ୧୯୬୫ ମସିହାରେ ‘ଶେଷ ବସନ୍ତର ଚିଠି’ ପ୍ରକାଶ ପାଇବାପରେ ୧୯୬୬ ମସିହାରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରି ଆସୁଥିଲେ। ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ। ମନୋଜ ଦାସ ତାଙ୍କର ନିଆରା ଲେଖା ଶୈଳୀ ନିମନ୍ତେ ଭାରତର ଜଣେ ସୁଗାଳ୍ପିକ ଭାବରେ ଜଣାଶୁଣା। ୨୦୨୧ ମସିହା ଅପ୍ରେଲ ୨୭ ତାରିଖରେ ପଣ୍ଡିଚେରୀଠାରେ ସେ ତାଙ୍କର ସ୍ଥୂଳ ଶରୀର ତ୍ୟାଗ କରିଛନ୍ତି।

ତାଙ୍କର କେତେକ ସାହିତ୍ୟ କୃତି : ଗଳ୍ପ ସଙ୍କଳନ : ଅବୋଲକରା କାହାଣୀ (୧୯୯୧) ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ (୧୯୯୦) ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ (୧୯୮୭) ମନୋଜ ପଞ୍ଚବିଂଶତି (୧୯୮୩) ଧୂମ୍ରାଭ ଦିଗନ୍ତ ଓ ଅନ୍ୟ କାହାଣୀ (୧୯୭୭) ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ (୧୯୭୫) ଲକ୍ଷ୍ମୀର ଅଭିସାର (୧୯୭୪) ମନୋଜ ଦାସଙ୍କ କଥା ଓ କାହାଣୀ, (୧୯୭୧) ଶେଷ ବସନ୍ତର ଚିଠି (୧୯୬୫) ଆରଣ୍ୟକ (୧୯୬୧) ବିଷକନ୍ୟାର କାହାଣୀ (୧୯୫୪) ଜୀବନର ସ୍ୱାଦ (୧୯୫୩) ସମୁଦ୍ରର କ୍ଷୁଧା (୧୯୫୨)।

କବିତା ସଙ୍କଳନ : କବିତା ଉତ୍କଳ (୨୦୦୩) ତୁମଗାଁ ଓ ଅନ୍ୟାନ୍ୟ କବିତା (୧୯୯୨) ଉପନିବେଶ (୧୯୬୬) ନନ୍ଦାବତୀର ମାଝି (୧୯୫୭) ପଦଧ୍ୱନୀ (୧୯୫୦) ବିପ୍ଳବୀ ଫକୀରମୋହନ (୧୯୫୦) ଶତାବ୍ଦୀର ଆର୍ତ୍ତନାଦ (୧୯୪୯)।

ଉପନ୍ୟାସ : ତନ୍ଦ୍ରାଲୋକର ପ୍ରହରୀ – ୨୦୦୦ ଆକାଶର ଇସାରା – ୧୯୯୭ ଅମୃତ ଫଳ – ୧୯୯୬ (ସରସ୍ୱତୀ ସମ୍ମାନ) ଗୋଧୁଳିର ବାଘ -୧୯୯୫ ପ୍ରଭଞ୍ଜନ -୧୯୯୨ ବୁଲଡୋଜର୍ସ -୧୯୮୯ ପ୍ରବନ୍ଧ, ରମ୍ୟରଚନା ଓ ଅନ୍ୟାନ୍ୟ ପ୍ରଜ୍ଞା – ପ୍ରଦୀପିକା (୨୦୧୨) ଉପକଥା ଶତକ (୨୦୦୨) ସତ୍ୟ-ଅସତ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ (୨୦୦୨) ସ୍ମୃତି ଓ ବିସ୍ମୃତିର ସାରନାଥ ଅରଣ୍ୟ ଉଲ୍ଲାସ (୧୯୯୯)।

ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର (୧୯୯୮) ମହାଯୋଗୀ ଶ୍ରୀ ଅରବିନ୍ଦ (୧୯୯୭) ସମୁଦ୍ର କୂଳର ଏକ ଗ୍ରାମ (୧୯୯୬) ସନ୍ଧାନ ଓ ସଙ୍କେତ (୧୯୯୯) ବିପୁଳାଚ ପୃଥ୍ୱୀ (୧୯୯୪) କେତେ ଦିଗନ୍ତ (୧୯୮୬) ଶିଶୁ ସାହିତ୍ୟସମ୍ପାଦନ କରନ୍ତୁ ରାକ୍ଷସର ସନ୍ଧାନରେ (୨୦୧୦) କନକ ଉପତ୍ୟକାର କାହାଣୀ (୧୯୯୪) ଅମର ସାହିତ୍ୟ (୧୯୭୩) ଆଲୋକ ଓ ଆନନ୍ଦର କାହାଣୀ (୧୯୭୦)।

ଇଂରାଜୀ ରଚନାବଳୀ : ଚେଜିଙ୍ଗ ଦି ରେନବୋ: ଗ୍ରୋଇଙ୍ଗ ଅପ ଇନ ଆନ ଇଣ୍ଡିଆନ ଭିଲେଜ, ୨୦୦୪ ଲେଜେଣ୍ଡ ଅଫ ଦି ଗୋଲ୍ଡେନ ଭ୍ୟାଲି, ୧୯୯୬ ଦି ସବମର୍ଜଡ ଭ୍ୟାଲି ଆଣ୍ଡ ଅଦର ଷ୍ଟୋରିଜ, ୧୯୮୬ ଫେଆରବେଲ ଟୁ ଏ ଘୋଷ୍ଟ: ସର୍ଟ ଷ୍ଟୋରିଜ ଆଣ୍ଡ ଏ ନଭେଲେଟେ, ୧୯୯୪।

ଦି କ୍ରୋକୋଡାଇଲ ଲେଡି: ଏ କଲେକସନ ଅଫ ଷ୍ଟୋରିଜ, ୧୯୭୫ ଏ ଟାଇଗର ଆଟ ଟୁଇଲାଇଟ।

ଲେଖକ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ, ଆଦର୍ଶ ବିହାର, ପଟିଆ, ଭୁବନେଶ୍ୱର

Comment