ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ ପାଇଁ  ଓଡ଼ିଶାରୁ ପୁଡୁଚେରୀ ଯାଇଛି ଏକ ମେଡିକାଲ ଟିମ୍‌। ପୁରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଡିନ୍‌ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ ପୁଡୁଚେରୀରେ ପହଞ୍ଚି ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମଙ୍ଗଳବାର ଅପରାହ୍‌ଣରେ ସେ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ରାଜ୍ୟ ସରକାରଙ୍କୁ ବିସ୍ତୃତ ଭାବେ ଦେବେ।

ଦୀଘର୍ଦିନ ଧରି ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସ ଅସୁସ୍ଥ ଅଛନ୍ତି। ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମ ନର୍ସିଂ ହୋମରେ ସେ ଏବେ ଚିକିତ୍ସିତ ହେଉଛନ୍ତି। ଦୁଇ ଦିନ ପୂର୍ବରୁମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ସରକାର ଏକ ଡାକ୍ତରୀ ଟିମ ପଠାଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏନେଇ ସୂଚନା ଦେଇଥିଲେ।

ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗାଁରେ ୧୯୩୪ ମସିହା ଫେବ୍ରୁଆରି ୨୭ ତାରିଖରେ ଜନ୍ମ ହୋଇଥିଲେ। ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି। ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା, ଉପନ୍ୟାସ ଲେଖିଛନ୍ତି।

Comment