ଓଡ଼ିଶାଲାଇଭ ବ୍ୟୁରୋ

ଆରପାରିରେ ନୟାଗଡ଼ ସହରର ଜଣେ ପ୍ରତିଷ୍ଠିତ ଆଇନଜୀବୀ ତଥା ସମାଜ ସଂଗଠକ ମନୋଜ ଦାସ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ଦୃଦ୍‌ରୋଗରେ ପୀଡ଼ତ ଥାଇ କିଛି ଦିନ ହେବ ଭୂବନେଶ୍ୱରରେ ସେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ମୃତ୍ୟୁର ଅଳ୍ପକିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲା।  BGU

ମନୋଜ ଦାସଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଜଣେ ଦକ୍ଷ୍ୟ ଆଇନଜୀବୀ, ସ୍ପଷ୍ଟବାଦୀ ବ୍ୟକ୍ତି ଓ ଗଠନମୂଳକ ଚିନ୍ତାଧାର ପାଇଁ ମନୋଜ ଦାସଙ୍କର ବେଶ ପରିଚୟ ରହିଥିଲା।

ବୃତ୍ତିଗତ ଦକ୍ଷତା ପାଇଁ ଦୀର୍ଘ ବର୍ଷ ଧରି ଜିଲ୍ଲା କୋର୍ଟର ପବ୍ଲିକ୍‌ପ୍ରସିକ୍ୟୁଟର ଓ ଜି. ପି ଭାବେ ସେ’ କାର୍ଯ୍ୟ କରିଥିଲେ। ତାଙ୍କ ଦେହାନ୍ତରେ ନୟାଗଡ଼ ଓକିଲ ସଂଘ ଓ ବିଭିନ୍ନ ବ୍ୟକ୍ତି ବିଶେଷ ଗଭୀର ଶୋକବ୍ୟକ୍ତ କରିବା ସାଙ୍ଗକୁ ତାଙ୍କ ଆତ୍ମର ସଦ୍‌ଗତି କାମନା କରିଛନ୍ତି।

Comment