ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖକ ତଥା ବାଗ୍ମୀ ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ମଙ୍ଗଳବାର ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ସାରସ୍ଵତ ରଚନାମାନ କରି ସାହିତ୍ୟକୁ ଆହୁରି ରୁଧିମନ୍ତ କରିପାରିଥିଲେ ସ୍ଵର୍ଗତ ଦାସ। ତାଙ୍କ କଲମ ମୁନରୁ ଅନେକ କାଳଜୟୀ ଉପନ୍ୟାସ ଏବଂ କ୍ଷୁଦ୍ର ଗଳ୍ପର ସୃଷ୍ଟି ହୋଇଥିଲା।

ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ, ତନ୍ଦ୍ରାଲୋକର ପ୍ରହରୀ, ଆବୁ ପୁରୁଷ ଓ ଅନ୍ୟାନ୍ୟ କାହଣୀ, ଆକାଶର ଇସାରା, ପ୍ରଭଞ୍ଜନ, ସ୍ମିତହାସ୍ୟ, ମନୋଜ ଉପକଥା ଶତକ, ମନୋଜ ପଞ୍ଚବିଂଶତି, ସନ୍ଧାନ ଓ ସଂକେତ, ମନୋଜ ଦାସଙ୍କ କଥା ଓ କାହାଣୀ, ଚେତନାର ଦିଗବଳୟ, ଅଜଣାର ଅନ୍ଵେଷଣେ, ଜିଜ୍ଞାସାର ଦିଗଦିଗନ୍ତ, ସୁବର୍ଣ୍ଣ କଳସର ସ୍ରଷ୍ଟା ଥିଲେ ସ୍ଵଗର୍ତ ଦାସ।

ସେହିପରି ଇଂରାଜୀ ସାହିତ୍ୟ କ୍ଷେତ୍ରରେ ଏ ଟାଇଗର ଆଟ୍ ଟ୍ଵିଲାଇଟ୍ ଆଣ୍ଡ ସାଇକ୍ଲୋନ୍‌ସ, ଦ ଏସ୍‌କେପିଷ୍ଟ୍, ଟେଲ୍ସ ଟୋଲ୍ଡ ବାଏ ମିଷ୍ଟିକ୍ସ, ମାଇଁ ଲିଟିଲ୍ ଇଣ୍ଡିଆ, ଫେୟାରଓ୍ଵେଲ୍ ଟୁ ଏ ଘୋଷ୍ଟ ଇତ୍ୟାଦି ପୁସ୍ତକ ତାଙ୍କର ଉଲ୍ଲେଖନୀୟ କୃତୀ ଥିଲା।

Comment