ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ଜୟନ୍ତ ମହାପାତ୍ର ଗତ ଜୁନ୍ ୨୦ ତାରିଖ ରଥଯାତ୍ରା ଦିନ, ନିଜର ଶେଷଯାତ୍ରା ସଂପର୍କରେ ପୁତୁରା ଦେବ କୁମାର ଦାସଙ୍କ (ବୁବୁ) ଉଦେଶ୍ୟରେ ଲେଖିଥିଲେ ତାଙ୍କ ଶେଷ ଇଚ୍ଛାପତ୍ର। ଜଣେ ନିଚ୍ଛକ କବି ହିଁ ନିଜର ମୃତ୍ୟୁକୁ ଏଭଳି ସିଧାସିଧା ବର୍ଣ୍ଣନା କରିପାରେ!

ମୋ ଶରୀରକୁ ଭଲ କରି ପୋଛି ଦେବା ପରେ ଧଳା ପଞ୍ଜାବୀ ଓ ପାଇଜାମା ପିନ୍ଧାଇ ଦେବ। ତା’ପରେ ମତେ ଘରେ ଉଚିତ ଜାଗାରେ (ହୋଇପାରେ ମୋ ରୁମ୍ କିମ୍ବା ବୁବୁ ଯେଉଁଠି ଉଚିତ ମନେକରିବ) ଶୁଆଇଦେବ। ମୋର ସଂସ୍କାର କାମ ଲାଗି ଯାହା ସବୁ ନିଷ୍ପତ୍ତି ଆବଶ୍ୟକ ବୁବୁ ହିଁ ନେବ।

ଚିତ୍ର ସୌଜନ୍ୟ: ରବିନାରାୟଣ ରଥ

ମୋ ଶରୀରକୁ ଏକ ପ୍ରଦର୍ଶନର ବସ୍ତୁ ଭଳି କୌଣସି ସ୍ଥାନକୁ ନିଆଯିବ ନାହିଁ। ଏପରିକି ମୁଁ ଅତୀତରେ ଅଧ୍ୟାପନା କରୁଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ବା ଶୈଳବାଳା ମହିଳା ମହାବିଦ୍ୟାଳୟକୁ ନୁହେଁ।

ପରେ, ମୋ ଶବକୁ ସତ୍କାର କରିବା ବ୍ୟବସ୍ଥା କରିବ, ମତେ ଖ୍ରୀଷ୍ଟିଆନ କବରସ୍ଥାନରେ କବର ଦେବନାହିଁ। ମୋ ଲାଗି କୌଣସି କଫିନ୍ ପ୍ରସ୍ତୁତ କରିବ ନାହିଁ।

ଖାନନଗର ଶ୍ମଶାନରେ ଥିବା ବିଦ୍ୟୁତଚାଳିତ ଶବଦାହ ଗୃହରେ ମତେ ଦାହ କରିବା ଲାଗି ଦୀପକ ସାମନ୍ତରାୟ ଆବଶ୍ୟକ ବ୍ୟବସ୍ଥା କରିବେ। ଖାନନଗର ମଶାଣୀକୁ ନେବା ପାଇଁ ସେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବେ।

ମୋର ବନ୍ଧୁମାନେ ତିନିକୋଣିଆ ବଗିଚାରେ ଥିବା ମୋର ଘରେ ଶେଷଦର୍ଶନ କରିପାରିବେ। ସେମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ଯୀଶୁ କ୍ରିଷ୍ଣ ଦାସ, ସାୟନ୍ତନୀ ବେହୁରା ଏବଂ ଦୁର୍ଗାମଣି ବେହେରା ଚାହିଁଲେ ମୋ ଶବ ସହିତ ରହିପାରିବେ ଏବଂ ବାବୁକୁ ସତ୍କାର କାମରେ ସହଯୋଗ କରିପାରିବେ।

ମୋ ମୃତଦେହକୁ ଶ୍ମଶାନକୁ ନିଆଯିବା ପୂର୍ବରୁ ଆମର ପାଷ୍ଟର ରେଭରେଣ୍ଟ ସାମୁଏଲ୍ ସୋମାଲିଙ୍ଗମ୍ ୩ ମିନିଟର ପ୍ରାର୍ଥନା ଏବଂ ମୌନ ପାଳନ କରିବେ।

ସତ୍କାର ପରେ ବାବୁ ମୋର ଦେହାବଶେଷକୁ ସଂଗ୍ରହ କରି ଆଣିବ ଏବଂ ତାହା ଦୁର୍ଗା ବେହେରାଙ୍କୁ ଦେବ, ଯାହାକୁ ସେ (ଦୁର୍ଗା ବେହେରା) ନିଜ ସୁବିଧା ଦେଖି ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ଭସାଇଦେବେ।

ଜୟନ୍ତ ମହାପାତ୍ର (୨୦ ଜୁନ୍ ୨୦୨୩, ରଥଯାତ୍ରା)

ନକଲ: ଦୀପକ ସାମନ୍ତରାୟ

(କବି ଜୟନ୍ତ ମହାପାତ୍ରଙ୍କ ଇଚ୍ଛାପତ୍ର ଅନୁସାରେ ଅଗଷ୍ଟ ୨୮ ତାରିଖରେ କଟକ ଖାନନଗରସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।)

Tags: #JayantaMahapatra #SahityaAkademi #OdiaLitreture #IndianPoet #Odisha

Comment