ଓଡ଼ିଶାଲାଇଭ୍ ବ୍ୟୁରୋ

କେତେବେଳେ ସାଙ୍ଗମାନଙ୍କ ସହିତ ଟାଇମ ପାସ୍ କରିବା ପାଇଁ ତ, କେବେ କିଛି ଛୋଟ ବଡ଼ ମିଟିଙ୍ଗ ପାଇଁ ଆଉ କେତେବେଳେ କଫିର ମଜା ନେବା ପାଇଁ ଅଧିକାଂଶ ଲୋକ କାଫେ କଫି ଡେ(ସିସିଡି) ଯିବାକୁ ପସନ୍ଦ କରନ୍ତି। ହେଲେ ଆପଣ ଜାଣିଛନ୍ତି କି ସାରାଦେଶରେ ଏହି ସିସିଡିର ସାମ୍ରାଜ୍ୟ କିପରି ପ୍ରତିଷ୍ଠା ହୋଇଛି।

କିଏ ସିସିଡି ପ୍ରତିଷ୍ଠାତା?

ସାରାଦେଶରେ ଲୋକଙ୍କ ପ୍ରିୟ ହୋଇଥିବା କାଫେ କଫି ଡେ’ର ପ୍ରତିଷ୍ଠାତା ଥିଲେ ଭିଜି ସିଦ୍ଧାର୍ଥ। ସେ କର୍ଣ୍ଣାଟକର ଚେକ୍‌ମଙ୍ଗଳୁରରେ ଜିଲ୍ଲାରେ ୧୯୫୯ରେ ଜନ୍ମ ହୋଇଥିଲେ। ସେ ମାଙ୍ଗାଲୋର ୟୁନିଭର୍ସିଟିରୁ ଇକୋନୋମିକ୍ସରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ। ସେ ମୁମ୍ବାଇରେ ୧୯୮୩-୮୪ରେ ଜେଏମ୍‌ ଫାଇନାନସିଆଲରେ ଲିମିଟେଡରେ ଚାକିରି କରିଥିଲେ। ସେଠାରେ ଦୁଇ ବର୍ଷ କାମ କରିବା ପରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କର ବିବାହ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ଏସ୍‌ କ୍ରିଷ୍ଣାଙ୍କ ଝିଅଙ୍କ ସହ ହୋଇଥିଲା।

ଏହି ବ୍ୟବସାୟ ସିଦ୍ଧାର୍ଥ ଆରମ୍ଭ କରିଥିଲେ ବି ତାଙ୍କ ପରିବାର ୧୩୦ ବର୍ଷରୁ ଅଧିକ ସମୟ ହେଲା କଫି ଚାଷ ବ୍ୟବସାୟରେ ସାମିଲ ଥିଲେ। ସିଦ୍ଧାର୍ଥଙ୍କର ୧୫ ହଜାର ହେକ୍ଟର କଫି ଚାଷ ଜମି ରହିଛି।

ପ୍ରଥମେ ବେଙ୍ଗାଳୁରୁରେ ଖୋଲିଥିଲା ସିସିଡି

୧୯୯୬ରେ ଯୁବପିଢ଼ିଙ୍କ ହ୍ୟାଙ୍ଗଆଉଟ ପାଇଁ କାଫେ କଫି ଡେ‘ର ଆରମ୍ଭ କରିଥିଲେ। ବେଙ୍ଗାଳୁରୁର ବିଗ୍ରେଡ ରୋଡରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଏହାର ଆଉଟଲେଟ ବେଙ୍ଗାଳୁରୁରେ ଖୋଲିଥିଲା। ଏବେ ଏହା ଯୁବପିଢ଼ିଙ୍କର ଖୁବ୍‌ ପ୍ରିୟ ହୋଇଛି। ଏବେ ଭାରତରେ ୧୭୫୦ଟି ସିସିଡି ଅଛି।

Comment