ଓଡ଼ିଶାଲାଇଭ ବ୍ୟୁରୋ

ଋଣ ବୋଝ ଆଗରେ ଶେଷରେ ହାରିଗଲେ କାଫେ କଫି ଡେ'(ସିସିଡି) ପ୍ରତିଷ୍ଠାତା ଭି.ଜି  ସିଦ୍ଧାର୍ଥ। ନିଖୋଜ ହେବା ପରେ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି। ନିଖୋଜ ହେବାର ୩୬ ଘଣ୍ଟା ପରେ ପୋଲିସ ବୁଧବାର ସକାଳୁ ସିସିଡି ମାଲିକଙ୍କ ମୃତଦେହ ଉଦ୍ଧାର କରିଛି।

ମାଙ୍ଗାଲୁରୁ ନିକଟ ନେତ୍ରାବତୀ ନଦୀରୁ ତାଙ୍କ ମୃତ ଦେହ ମିଳିଛି। ସୋମବାର ସନ୍ଧ୍ୟାରୁ ମାଙ୍ଗାଳୁରୁରୁ ନିଖୋଜ ହେବା ପରେ ସେ ନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଥିଲା। ସନ୍ଦେହରେ ପୋଲିସ୍, ମତ୍ସଜୀବୀ, ଉଦ୍ଧାରକାରୀ ଟିମ୍ ସମେତ ପ୍ରାୟ ୨୦୦ ଜଣ ତାଙ୍କୁ ଖୋଜିବାରେ ଲାଗିଥିଲେ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଏମ୍ କ୍ରିଷ୍ଣାଙ୍କ ଜ୍ବାଇଁ ସିଦ୍ଧାର୍ଥ ନିଖୋଜ ହେବା ପୂର୍ବରୁ ଏକ ଚିଠି ଛାଡ଼ିଯାଇଥିଲେ।

ସୋମବାର ଚିକ୍କାମାଗାଲୁରୁ ଯାଇଥିଲେ। ସେ ଚିକ୍କାମାଗାଲୁରୁଠାରୁ କାମ ସାରି କେରଳ ଯିବାର ଥିଲା। ମାତ୍ର ସେ ଯିବା ସମୟରେ କାରର ଡ୍ରାଇଭରଙ୍କୁ ମାଙ୍ଗାଲୁରୁ ନିକଟ ଜେପିନା ମୋଗାରୁଠାରେ ଜାତୀୟ ରାଜପଥ ଉପରେ ଅଟକିବା ପାଇଁ କହିଥିଲେ। ଏହା ପରେ ସେ କାରରୁ ଓହ୍ଲାଇ ଫୋନ୍‌ରେ କଥା ହୋଇଥିଲେ। ଆଉ ତା’ପରେ ସେ ଆଉ ଗାଡ଼ିକୁ ଫେରିନଥିଲେ।

Comment