ଓଡ଼ିଶାଲାଇଭ ବ୍ୟୁରୋ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଜ୍ଵାଇଁ ତଥା ପ୍ରିତିଷ୍ଠିତ କଫି ସପ୍ ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ଅଛନ୍ତି। ଆଜି ସକାଳୁ ତାଙ୍କ ନିଖୋଜ ହେବା ଘଟଣା ସାମ୍ନା ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ସିଦ୍ଧାର୍ଥ ୨୯ ଜୁଲାଇରେ ବେଙ୍ଗାଳୁରୁରୁ ମାଙ୍ଗାଲୋରକୁ ଯାଉଥିବା ରାସ୍ତାରେ ନେତ୍ରବତୀ ନଦୀର ବ୍ରିଜ ଉପରେ ଓହ୍ଲାଇଥିଲେ। ସେତେବେଳେ ସେ ଫୋନରେ କାହା ସହ କଥା ହେଉଥିଲେ। ପରେ ସେ ଆଉ ଫେରିନଥିଲେ ବୋଲି ତାଙ୍କ ଡ୍ରାଇଭର କହିଛନ୍ତି।

ତେବେ ସେ ନଦୀକୁ ଡେଇଁ ପଡ଼ିଥିବା ପୋଲିସ ସନ୍ଦେହ କରୁଛି। ଏହାମଧ୍ୟରେ ପୋଲିସକୁ ତାଙ୍କର ତିନି ଦିନ ପୁରୁଣା ଏକ ଚିଠି ମିଳିଛି। ତେବେ ସିସିଡି ଉପରେ ୩ହଜାର କୋଟି ଟଙ୍କା ଋଣ ବୋଝ ଥିବା କୁହାଯାଉଛି।

ଏହି ଘଟଣାରେ ସିଦ୍ଧାର୍ଥଙ୍କ ଡ୍ରାଇଭର ମାଙ୍ଗାଲୋରର ଏକ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ରାଜ୍ୟର ବଡ଼ ବଡ଼ ନେତାମାନେ ଏହି ସମୟରେ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

Comment