ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଫେ କଫି ଡେ’(ସିସିଡି)କୁ ମିଳିଲା ନୂଆ ସିଇଓ। ସିସିଡି ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁପରେ ତାଙ୍କ ସାମ୍ରାଜ୍ୟକୁ ସମ୍ଭାଳିବାକୁ ଆଗେଇ ଆସିଛନ୍ତି ତାଙ୍କ ପତ୍ନୀ ମାଳବିକା ହେଗଡେ। ସୋମବାର ସେ କମ୍ପାନିର ନୂଆ ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି।

ଆର୍ଥିକ ଚାପ ସହ୍ୟ କରିନପାରି ୨୦୧୯ ଜୁଲାଇ ମାସରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଭିଜି ସିଦ୍ଧାର୍ଥ। ତାଙ୍କ ମୃତ୍ୟୁପରେ ସେ ଆରମ୍ଭ କରିଥିବା ବ୍ୟବସାୟର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଫଳରେ ଗତ ଫେବ୍ରୁଆରି ମାସରୁ ବ୍ୟବସାୟ ବନ୍ଦ ରହିଥିଲା।

୧୯୯୬ରେ ଯୁବପିଢ଼ିଙ୍କ ହ୍ୟାଙ୍ଗଆଉଟ ପାଇଁ କାଫେ କଫି ଡେ‘ର ଆରମ୍ଭ କରିଥିଲେ। ବେଙ୍ଗାଳୁରୁର ବିଗ୍ରେଡ ରୋଡରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଏହାର ଆଉଟଲେଟ ବେଙ୍ଗାଳୁରୁରେ ଖୋଲିଥିଲା। ଏବେ ଏହା ଯୁବପିଢ଼ିଙ୍କର ଖୁବ୍‌ ପ୍ରିୟ ହୋଇଛି। ଏବେ ଭାରତରେ ୧୭୫୦ଟି ସିସିଡି ଅଛି।

Comment