ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସ୍‌(ଭାରତ ଷ୍ଟେଜ୍‌ ଏମିସନ ଷ୍ଟାଣ୍ଡାର୍ଡ) ବ୍ୟବସ୍ଥା ଲାଗୁ କରାଯାଇଛି। ୨୦୦୦ ମସିହାରେ ଭାରତରେ ପ୍ରଥମଥର ପାଇଁ ବିଏସ୍‌ ବ୍ୟବସ୍ଥା ଅଣାଯାଇଥିଲା।ସମୟ ଅନୁସାରେ ବିଏସ୍‌କୁ ଅପଡେଟ୍‌ କରାଯାଇଛି। ବର୍ତ୍ତମାନ ଭାରତରେ ବିଏସ୍‌-୪ ଇଞ୍ଜିନ ଚଳାଚଳ ହେଉଛି। ଖୁବ୍‌ଶୀଘ୍ର ବିଏସ୍‌-୬ ଇଞ୍ଜିନ ଲଞ୍ଚ ହେବାକୁ ଯାଉଛି।

ବିଏସ୍‌ ମୂତାବିକ, ପ୍ରତ୍ୟେକ ଯାନବାହନରୁ ନିର୍ଗତ ହେଉଥିବା ଧୂଆଁ ବା ପ୍ରଦୂଷଣର ଏକ ନିର୍ଦ୍ଧାରିତ ସୀମା ଥାଏ। ଏହି ଧୂଆଁରେ କାର୍ବନ ମନୋକ୍ସାଇଡ, ସଲ୍‌ଫର, କାର୍ବନ ଡାଇଅକ୍ସାଇଡ ଭଳି କ୍ଷତିକାରଣ ପ୍ରଦୂଷଣ ରହିଥାଏ। ତେବେ ଗାଡ଼ିର ଇଞ୍ଜିନରୁ ଆବଶ୍ୟକଠାରୁ ଅଧିକ ଧୁଆଁ ବାହାରିଲେ, ଏହି ଇଞ୍ଜିନର ବିକ୍ରି ବନ୍ଦ ହୋଇଥାଏ। ଏହି ବ୍ୟବସ୍ଥାକୁ ବିଏସ୍‌ ନାମରେ ନାମିତ କରି ଭାରତର ବିଭିନ୍ନ ସହରରେ ଲାଗୁ କରାଯାଇଛି।

ପ୍ରଥମେ ୟୁରୋପ୍‌ ଏହିଭଳି କନ୍‌ସେପ୍ଟ ଜରିଆରେ ଯାନବାହନର ଇଞ୍ଜିନ୍‌ ନିର୍ମାଣ କରୁଥିଲା। ଏହି ୟୁରୋପିଆନ୍‌ କନ୍‌ସେପ୍ଟକୁ ଆଧାର କରି ଭାରତ ଆରମ୍ଭ କରିଛି ବିଏସ୍‌। ଗତ ଏପ୍ରିଲ ୨୦୧୭ ମସିହାରେ ଭାରତରେ ବିଏସ୍‌-୬ ଇଞ୍ଜିନ ଲାଗୁ ହୋଇଥିଲା। ୨୦୨୦ ଏପ୍ରିଲ ସୁଦ୍ଧା ଭାରତରେ ବିଏସ୍‌-୬ ଇଞ୍ଜିନଯୁକ୍ତ ଯାନବାହନ ଚଳାଚଳ ହେବ।

Comment