ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାମାନଙ୍କ ତ୍ୱଚା ସାଧାରଣତଃ ଖୁବ୍ ନରମ ଏବଂ ସମ୍ବେଦନଶୀଳ ହୋଇଥାଏ। ତେଣୁ ସେମାନଙ୍କ ପାଇଁ ସ୍କିନ୍ କେୟାର ସାମଗ୍ରୀ କିଣିବାବେଳେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ।

ମସାଜ ଅଏଲ୍     

-ଶିଶୁମାନଙ୍କର ମସାଜ୍ ଅଏଲ ନରମ ଓ ମୁଲାୟମ ବୋଲି କ୍ଲିନିକାଲି ପ୍ରମାଣିତ(ତାକୁ ପରୀକ୍ଷଣ କରାଯାଇଥିବା) ହେବା ଜରୁରୀ। ସେଥିରେ ଚିକ୍କିଣିଆପଣ ନ ରହିବା ସହିତ ହାଲ୍କା ହେବା ବି ଆବଶ୍ୟକ। ସେହିପରି ସେହି ତେଲ ମାଲିସ ଦ୍ୱାରା ଆଲର୍ଜି ହେବନାହିଁ ବୋଲି ବିଶେଷଜ୍ଞମାନଙ୍କର ପ୍ରମାଣପତ୍ର ବା ସେପରି ଲେଖା ରହିଛି କି ନାହିଁ ତାହା ଦେଖି କିଣନ୍ତୁ।

କ୍ଲିନଜର

କ୍ଲିନଜର ଯେପରି ଶିଶୁର ତ୍ୱଚାକୁ ଚମକପ୍ରଦ ଓ ମୁଲାୟମ ରଖୁଥିବ ସେଥିପ୍ରତି ଗୁରୁତ୍ୱ ଦିଅନ୍ତୁ। କିଛି କ୍ଲିନଜର ତ ଏପରି ଥାଏ ଯାହାକୁ ଆପଣ ତ୍ୱଚାରେ ଲଗାଇଲେ ମଧ୍ୟ ଆଖିରେ ଜ୍ୱଳନ ହୁଏ। ଆପଣ କିଣୁଥିବା କ୍ଲିନଜରରେ ସେହି ତତ୍ୱ ଅଛି କି ନାହିଁ ତାହା ଜାଣିରଖନ୍ତୁ।

ଶିଶୁମାନଙ୍କ କ୍ଲିନଜର ବାସ୍ନାରହିତ ବା ଖୁବ୍ କମ୍ ବାସ୍ନା ହେଉଥିଲେ ଭଲ। କାରଣ ଅଧିକ ବାସ୍ନାପାଇଁ କ୍ଲିନଜରଗୁଡ଼ିକରେ ରସାୟନିକ ବ୍ୟବହାର କରାଯାଇଥାଏ। ଯାହାକି ପିଲାର ତ୍ୱଚାକୁ ଖରାପ କରିବାର ଆଶଙ୍କା ଥାଏ।

-ସେହିପରି ମଏଶ୍ଚରାଇଜର କିଣୁଥିଲେ ତାକୁ ଲଗାଇଲେ ଯେପରି ଅଧିକ ତେଲିଆ ନ ଲାଗିବ ଏବଂ ତ୍ୱଚାରେ ସହଜରେ ମିଶିଯିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ତାହା ରସାୟନମୁକ୍ତ ହୋଇଥିଲେ ଭଲ।

-ପିଲାଙ୍କ ପାଇଁ ଯେକୌଣସି ଉତ୍ପାଦ କିଣିବା ସମୟରେ ତାର ଏକ୍ସପାୟାରୀ ତାରିଖକୁ ଯାଞ୍ଚ କରି ନିଅନ୍ତୁ।

-ଉତ୍ପାଦ କିଣିବା ପୂର୍ବରୁ ବଜାରରେ ସେହି ଉତ୍ପାଦ କେତେ ପ୍ରସାରିତ ହେଉଛି ତାହା ଇଣ୍ଟରନେଟ୍‌ରୁ ପଢନ୍ତୁ।

-ଦୁଇ-ତିନୋଟି ଉତ୍ପାଦକୁ ପରସ୍ପର ସହ ତୁଳନା କରିବା ପରେ ଆପଣ ପିଲାପାଇଁ ଠିକ୍ ଉତ୍ପାଦ ବାଛିପାରିବେ।

-ଯଦି କୌଣସି ଉତ୍ପାଦ ଲଗାଇବା ଦ୍ୱାରା ଶିଶୁକୁ ସମସ୍ୟା ହେଉଛି ତା’ ହେଲେ ତୁରନ୍ତ ତାର ବ୍ୟବହାରକୁ ବନ୍ଦ କରନ୍ତୁ। କୌଣସି ଶିଶୁ ଡାକ୍ତରଙ୍କୁ ପଚାରି ମଧ୍ୟ ଉତ୍ପାଦ କିଣିପାରିବେ।

-ଶିଶୁମାନଙ୍କ ପାଉଁ ଉର୍ଦ୍ଦିଷ୍ଟ ସାମଗ୍ରୀ କିଣିବା ପରେ ସେଥିରେ ଦିଆଯାଇଥିବା ନିୟମାବଳୀ ବା ବ୍ୟବହାର କରିବାର ବିଧିକୁ ଭଲଭାବେ ପଢନ୍ତୁ। ସେ ଅନୁସାରେ ତାକୁ ବ୍ୟବହାର କରନ୍ତୁ।

Comment