ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ରୋହିତ ଶର୍ମାଙ୍କ ପାଖରେ ୧ ନମ୍ଵର ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ରହିଛି। ବର୍ତ୍ତମାନ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ ତାଲିକାର ଶୀର୍ଷରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ରହିଛନ୍ତି। ବିରାଟ ୮୯୧ ପଏଣ୍ଟରେ ଶୀର୍ଷରେ ରହିଥିବା ବେଳେ ତାଙ୍କ ପଛକୁ ରୋହିତ ଶର୍ମା ୮୮୫ ପଏଣ୍ଟରେ ରହିଛନ୍ତି।

ରୋହିତଙ୍କୁ ଶୀର୍ଷ ସ୍ଥାନକୁ ଉଠିବାକୁ ହେଲେ ୭ ପଏଣ୍ଟର ଆବଶ୍ୟକ ରହିଛି। ତେବେ ଏହି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ତାଙ୍କ ପାଖରେ ସୁଯୋଗ ରହିଛି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେବାର। ବିରାଟ ଓ ରୋହିତଙ୍କ ଫର୍ମକୁ ଲକ୍ଷ୍ୟ କଲେ ଜଣାପଡ଼ୁଛି ଏହି ସ୍ଥାନ ପାଇଁ ସଂଘର୍ଷ ହେବ।

ବିଶ୍ଵକପ ୨୦୧୯ରେ ରୋହିତଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି। ବିଶ୍ଵକପରେ ସେ ୧୦ଟି ମ୍ୟାଚରୁ ୬୪୮ ରନ କରିଥିଲେ। ଏହାସହ ୫ଟି ଶତକ ମଧ୍ୟ କରିଥିଲେ। ତାଙ୍କର ଏହି ସଫଳ ଫର୍ମ ତାଙ୍କୁ ଏହି ସିରିଜରେ ୧ନମ୍ଵର ବ୍ୟାଟ୍ସମ୍ୟାନ କରାଇବାର ସୁଯୋଗ ଦେବ।

ରୋହିତ ଦିନିକିଆରେ ୨୧୫ଟି ମ୍ୟାଚ ଖେଳି ୮,୬୫୮ ରନ କରିଛନ୍ତି। ଯୋଉଥିରେ ୨୭ଟି ଶତକ, ୩ଟି ଦ୍ଵିଶତକ ଓ ୪୨ଟି ଅର୍ଦ୍ଧଶତକ ରହିଛି। ରୋହିତ ଭାରତୀୟ ଦଳର ମେରୁଦଣ୍ଡ ଭାବରେ ପରିଚିତ। ଦଳ ପକ୍ଷରୁ ଓପନିଂ କରି ଦଳକୁ ଭଲ ଆରମ୍ଭ ଦେଇଥାଏ।

Comment