ଓଡ଼ିଶଲାଇଭ ବ୍ୟୁରୋ

ଆଜି ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଏହି ଟି-୨୦ ସିରିଜରେ ରୋହିତ ଶର୍ମାଙ୍କ ପାଖରେ ଓ୍ଵେଷ୍ଟଇଣ୍ଡିଜର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ଙ୍କ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଅନ୍ତର୍ଜାତିୟ ଟି-୨୦ ଗେଲ୍‌ ସର୍ବାଧିକ ୧୦୫ ଛକା ମାରିଥିବା ବେଳେ ରୋହିତ ୧୦୨ ଛକା ମାରିଛନ୍ତି।

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜରେ ରୋହିତଙ୍କୁ ଏହି ରେକର୍ଡ ପୂରଣ କରିବାକୁ ଆଉ ୪ଟି ଛକା ଆବଶ୍ୟକ। ଏହାସହ ସେ ଟି-୨୦ରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିବେ।

ବର୍ତ୍ତମାନ ଗେଲ୍‌ ଭାରତ ବିପକ୍ଷ ଟି-୨୦ରେ ଖେଳୁନାହାନ୍ତି ତେଣୁ ରୋହିତଙ୍କ ପାଖରେ ଏହି ସୁଯୋଗ ରହିଛି। ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ମଧ୍ୟରେ ୧୦୩ ଛକା ସହ ମାର୍ଟିନ ଗପ୍ଟିଲ ରହିଛନ୍ତି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ତେବେ ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ସିରିଜ ଖେଳିବ।

Comment