ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ୭ ଦିନ ହେବ ସହିଦ ସପ୍ତାହ ପାଳନ କରୁଥିଲେ ମାଓବାଦୀ। ଅଗଷ୍ଟ ୩ ଥିଲା ସହିଦ ସପ୍ତାହର ଶେଷ ଦିନ। ଶେଷଦିନରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ନିୟମଗିରୀ ଅଞ୍ଚଳ କୁର୍ଲୀ ପଞ୍ଚାୟତର ଆରିସାକାନି ବିଶ୍ରାମଗୃହଠାରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।
ତେବେ ଏହି ପୋଷ୍ଟର ଟି ବଂଶଧାରା ଗୁମୁସର ନାଗାବଳୀ ଡିଭିଜନ ସିପିଆଇ ମାଓବାଦିଙ୍କ ତରଫରୁ ଲଗାଯାଇଥିବା ଉଲ୍ଲେଖ କରାଯାଇଛି।
ସହିଦ ସପ୍ତାହରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କ ନିୟମଗିରି ଅଞ୍ଚଳରେ କମ୍ବିଂ ଅପରେସନ ଜୋରସୋରରେ କରିଛନ୍ତି। ବିଷମକଟକ ପୋଲିସ ଓ ସିଆରପିଏଫ୍ ଚତୁର୍ଥ ବାଟାଲିୟନ ମିଳିତ ଭାବେ ବିଷମ କଟକ ମୁଖ୍ୟ ସ୍ଥାନ ମାନଙ୍କରେ ନାକାବନ୍ଦୀ କରି ପ୍ରତ୍ୟେକ ଗାଡିକୁ ଯାଞ୍ଚ କରି ଛାଡ଼ୁଛନ୍ତି।


















