ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଧାରା ୩୭୦ ଲାଗୁ ହୋଇଥିବା ବେଳେ ଜମ୍ମୁ କଶ୍ମୀରରେ ଅଜବ ନିୟମ ପ୍ରଚଳିତ ହେଉଥିଲା। କଶ୍ମୀର ମହିଳାଙ୍କୁ ପାକିସ୍ତାନୀ ପୁରୁଷ ବିବାହ କଲେ ଏଠି ତାଙ୍କୁ ନାଗରିକତ୍ୱ ମିଳୁଥିଲା। ହେଲେ ଏବେ ୩୭୦ ଉଛେଦ ହେବା ପରେ ଏହି ଅଜବ ନିୟମ ବନ୍ଦ ହେବ। ପାକିସ୍ତାନ ନାଗରିକ ଭାରତରେ ପଶିବା ପାଇଁ ଯେଉଁ ବାଟ ରହିଥିଲା ତାହା ବନ୍ଦ ହୋଇଯିବ।

ବଦଳିଲା ଇତିହାସ। ୭୦ ବର୍ଷ ହେଲା ଯାହା ହୋଇପାରୁ ନଥିଲା ତାହା ଆଜି ହିଁ ସମ୍ଭବ ହୋଇଛି। ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଛେଦ ହୋଇଛି। ଏହି ଧାରା ଉଛେଦ ହେବା ପରେ ଜମ୍ମୁ କଶ୍ମୀର ମହିଳାମାନଙ୍କୁ ବିଶେଷ ସୁବିଧା ମିଳିବାକୁ ଯାଉଛି।

ସରିୟତ ଆଇନରେ ପୂର୍ଣ୍ଣଛେଦ

ଜମ୍ମୁ କଶ୍ମୀରର ମୁସଲିମ୍‌ ମହିଳାମାନେ ସରିୟତ ଆଇନ ଅଧିନରେ ଆସୁଥିଲେ। ବାହାଘରଠାରୁ ଆରମ୍ଭ କରି ତଲାକ୍‌ ପର୍ଯ୍ୟନ୍ତ ମାମଲା ସବୁ ସରିୟତ ଆଇନ ଅନୁସାରେ ହେଉଥିଲା। ଭାରତୀୟ ସମ୍ବିଧାନର ନିୟମ ଏଠି ଲାଗୁ ହୋଇପାରୁ ନଥିଲା।

ଏବେ ଧାରା ୩୭୦ ଉଛେଦ ହେବା ପରେ ଭାରତୀୟ ମହିଳାମାନେ ଯେଉଁ ଆଇନ ସହାୟତା ପାଉଛନ୍ତି ତାହା ଜମ୍ମୁ କଶ୍ମୀରର ମହିଳାମାନେ ପାଇ ପାରିବେ।

ବାହାଘର ପରେ ନାଗରିକତ୍ୱ ଉପରେ ପଡ଼ିବନି ପ୍ରଭାବ

ଧାରା ୩୭୦ ଲାଗୁ ହେଉଥିବାରୁ କଶ୍ମୀର ମହିଳାମାନେ ଭାରତର ଅନ୍ୟ ରାଜ୍ୟରେ ବିବାହ କରିବା ସହଜ ହେଉ ନଥିଲା। ଯଦି ବା କୌଣସି କଶ୍ମୀର ମହିଳା ଭାରତର ଅନ୍ୟ ରାଜ୍ୟର ପୁଅଙ୍କୁ ବିବାହ କରୁଥିଲେ ତାହାଲେ ସେମାନେ କଶ୍ମୀରର ନାଗରିକତ୍ୱ ହରାଉଥିଲେ।

ଏବେ ଧାରା ୩୭୦ ଉଛେଦ ହେବା ପରେ ଏହି ଧାରାରେ ପୂର୍ଣ୍ଣଛେଦ ପଡ଼ିବ। କଶ୍ମୀର ମହିଳାମାନେ ଅନ୍ୟ ରାଜ୍ୟରେ ବିବାହ କଲେ ସେମାନଙ୍କର ନାଗରିକତ୍ୱ ରବ୍ଦ ହେବ ନାହିଁ। ପୁରୁଷମାନଙ୍କ ପରି ସେମାନେ ମଧ୍ୟ ସବୁ ସୁବିଧା ପାଇ ପାରିବେ।

ପାକିସ୍ତାନ ପୁଅଙ୍କୁ ମିଳିବନି ନାଗରିକତା

କଶ୍ମୀରରେ ଏକ ଅଜବ ନିୟମ ବଳବତ୍ତର ରହିଥିଲା। ଯଦି କୌଣସି ପାକିସ୍ତାନର ପୁଅ କଶ୍ମୀର ଝିଅଙ୍କୁ ବିବାହ କରୁଥିଲେ ତାହାଲେ ସେହି ପୁଅକୁ କଶ୍ମୀରର ନାଗରିକତ୍ୱ ମିଳୁଥିଲା। କଶ୍ମୀରର ନାଗରିକ ହେବା ପାଇଁ ପାକିସ୍ତାନର ଲୋକଙ୍କ ପାଇଁ ସବୁ ରାସ୍ତା ଖୋଲା ରହିଥିଲା। ହେଲେ ଏବେ ସବୁ ରାସ୍ତା ବନ୍ଦ ହୋଇଯିବ।

Comment