ଓଡ଼ିଶାଲାଇଭ୍ ବ୍ୟୁରୋ

ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେଉଛି। ସୋମବାର ଦିନ ଶ୍ରୀନଗରରୁ ବାରାମୂଳା ଟ୍ରେନ୍‌ ଗଡ଼ିଛି। ଧାରା ୩୭୦ ହଟିବା ପରେ ଶ୍ରୀଗନରରେ ଟ୍ରେନ୍‌ ସେବା ବନ୍ଦ କରି ଦିଆଯାଇଥିଲା। ତିନି ମାସ ପରେ ପ୍ରଥମ ଥର ପାଇଁ ଆଜିଠୁ ପୁଣି ଥରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି।

ଶ୍ରୀନଗରରେ ୩ ମାସ ହେଲା ଟ୍ରେନ୍‌ ସେବା ବନ୍ଦ ରହିଥିବାରୁ ରାଜସ୍ୱହାନି ହୋଇଛି। କିନ୍ତୁ ସୁରକ୍ଷା କାରଣରୁ ଟ୍ରେନ୍‌ ସେବା ବାତିଲ କରିବାକୁ ପଡ଼ିଥିଲା।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଗଷ୍ଟ ୫ରୁ ଜମ୍ମୁର ବାନିହାଲରୁ କଶ୍ମୀରର ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିଲା।

ଜମ୍ମୁ କଶ୍ମୀରର ସ୍ଥିତିକୁ ନେଇ ଆଜି ସମୀକ୍ଷା ବୈଠକ ବସିଥିଲା। ଏହି ସମୀକ୍ଷା ବୈଠକ ପରେ ଟ୍ରେନ୍‌ ଚଳାଚଳ କରାଯାଇଥିଲା।

Comment