ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁକଶ୍ମୀରରେ ପାଖାପାଖି ୫ ଦିନ ହେବ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଘାଟିରେ ପ୍ରାୟ ୩୫ ହଜାର ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରବିବାର ରାତିଠାରୁ ଶ୍ରୀନଗରରେ ଧାରା ୧୪୪ ଜାରି ହୋଇଛି।
ସେହିପରି ଜମ୍ମୁର ୮ଟି ଜିଲ୍ଲାରେ ସିଆରପିଏଫର ୪୦ କମ୍ପାନି ମୁତୟନ ହୋଇଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ରହିଛି। ସେହିପରି ଜମ୍ମୁ ଓ ଶ୍ରୀନଗର ସମେତ ଅନ୍ୟ ଅଂଚଳରେ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।



















