ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତରାଖଣ୍ଡରେ ମଙ୍ଗଳବାର ୧୮ ଜଣ ଶିଶୁଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ ଘାଟିରେ ଖସି ପଡ଼ିଛି। ଏଥିରେ ୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଏନଡିଆରଏଫର ଏକ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତ ସମସ୍ତ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାଟି ଗରଓ୍ଵାଲ ଜିଲ୍ଲା ଅନ୍ତର୍ଗତ କଙ୍ଗସାଳି ନିକଟରେ ଘଟିଛି।

Comment