ଓଡ଼ିଶାଲାଇଭ୍ ବ୍ୟୁରୋ

ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ଅନୁଚ୍ଛେଦ ୩୫ ଏ’ ମଧ୍ୟ ଆପେ ଆପେ ଉଚ୍ଛେଦ ହୋଇଯିବ। ସମ୍ବିଧାନରେ ଅନୁଚ୍ଛେଦ ୩୫ ଏ’ ଏବଂ ୩୭୦ ଧାରା ଦ୍ୱାରା ଜମ୍ମୁ-କଶ୍ମୀରକୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ଦିଆଯାଇଥିଲା। ଏହା ଏକ ଅସ୍ଥାୟୀ ଅନୁଚ୍ଛେଦ, ଯାହାକି ଦରକାର ପଡ଼ିବା ପରେ ଉଚ୍ଛେଦ ମଧ୍ୟ କରାଯାଇ ପାରିବ।
୨୦୧୪ ମସିହାରେ ଏନ୍ଜିଓ ସଂସ୍ଥା ‘ୱି ଦି ସିଟିଜେନ୍ସ’ ଧାରା ୩୫-ଏକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେବେଠାରୁ ଏହା ବିଚାରାଧୀନ ରହିଛି।୧୯୫୪ ମସିହାରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ପରେ ଏହାକୁ ଜମ୍ମୁ-କଶ୍ମୀରରେ ଲାଗୁ କରାଯାଇଥିଲା।
ଜାଣନ୍ତୁ ଏହି ୩୫ (ଏ) ଅନୁଚ୍ଛେଦ କ’ଣ?
ଅନୁଚ୍ଛେଦ ୩୫ ଏ’ କ’ଣ?
୧୪ ମେ’ ୧୯୫୪ରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ଅନୁଚ୍ଛେଦ ୩୫ ଏ’ ସମ୍ବିଧାନରେ ଯୋଡ଼ା ହୋଇଥିଲା।
ଏହି ଅନୁଚ୍ଛେଦ ଅନୁସାରେ ରାଜ୍ୟ ଯେଉଁ ନାଗରିକକୁ ସ୍ଥାୟୀ ବାସିନ୍ଦା ଭାବେ ଘୋଷଣା କରିବ, କେବଳ ସେହି ଲୋକ ହିଁ ଉକ୍ତ ରାଜ୍ୟରେ ସମ୍ପତ୍ତି କିଣିପାରିବେ।
ଏହାସହ ସ୍ଥାୟୀ ନିବାସୀମାନେ ସେଠାରେ ସରକାରୀ ଚାକରିରି କରିପାରିବେ।
ରାଜ୍ୟ ବାହାରର ନାଗରିକ ଜମ୍ମୁ-କଶ୍ମରୀରୁ ଜାଗା କିଣିପାରିବେ ନାହିଁ।
ଯଦି ଜମ୍ମୁ-କଶ୍ମୀରର କୌଣସି ମହିଳା ବାହାରର କୌଣସି ବ୍ୟକ୍ତିଙ୍କୁ ବିବାହ କରନ୍ତି, ତେବେ ଉକ୍ତ ବ୍ୟକ୍ତି ନିଜର ନାଗରିକତା ହରାଇବ।


















