ଓଡ଼ିଶାଲାଇଭ ବ୍ୟୁରୋ

ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଡିଏମ୍‌ୟୁ ଟ୍ରେନ। ଟ୍ରେନଟି ରାୟଗଡ଼ାରୁ କୋରାପୁଟ ଯାଉଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ କାହାର କୌଣସି କ୍ଷତି ଘଟି ନଥିବା କୁହାଯାଉଛି।

ଟ୍ରେନଟି କୋରାପୁଟର ଦାମନଯୋଡ଼ି ଡୁମୁରିପୁଟ ଟ୍ରାକରେ ହୋଇଥିବା ବେଳେ ପାହାଡ଼ ଉପରୁ ଏକ ବଡ଼ ପଥର ଖସି ପଡ଼ିଥିଲା। ଏଥିରେ ଟ୍ରେନ ବଗିର ୫ଟି ପାହାଚ ବଙ୍କା ହୋଇଯାଇଥିବା ସୂଚନା ମିଳିଛି। ଘଟଣା ପରେ ଟ୍ରେନଟି ସେଠାରେ କିଛି ସମୟ ରହିବା ପରେ ପୁଣି ରାୟଗଡ଼ା ଅଭିମୁଖେ ବାହାରିଯାଇଥିଲା।

Comment