ଓଡ଼ିଶାଲାଇଭ ବ୍ୟୁରୋ

ରେଳ ଡିଭିଜନ ସ୍ଥାପନ ନେଇ ଚାଲିଛି ଟଣାଓଟରା। ରେଳ ମନ୍ତ୍ରାଳୟର ନିଷ୍ପତ୍ତିକୁ ପରିବର୍ତ୍ତନ କିଛି ସମାଜସେବୀ ସଂଗଠନ ବ୍ରହ୍ମପୁରଠାରେ ଏକ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦାବି କରୁଥିବା ବେଳେ ଆଜି ଯୁବ ବିକାଶ ପରିଷଦ ପକ୍ଷରୁ ରାୟଗଡ଼ାରେ ରେଳ ଷ୍ଟେସନ ପରିଚାଳକଙ୍କ ମାଧ୍ୟମରେ ରେଳ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଆସନ୍ତା ଅଗଷ୍ଟ ମାସ ୩୧ ସୁଦ୍ଧା ରେଳ ଡିଭିଜନ କାର୍ଯ୍ୟାଳୟ ଏଠାରେ ପରିଚାଳନା ନହେଲେ ଅନ୍ଦୋଳନ ତିବ୍ରତର ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କିଛି ସମାଜସେବୀ ବ୍ୟକ୍ତି ବ୍ରହ୍ମପୁରରେ ପୂର୍ବତଟ ଡିଆରଏମ କାର୍ଯ୍ୟାଳୟ ହେବ ବୋଲି ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର କରିଥିଲେ। ଯାହାକି ନ୍ୟାୟଳୟରେ ଏବେ ବିଚାରଧିନ ରହିଛି।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାବାସୀଙ୍କ ଯାତୟାତ ପାଇଁ ରାୟଗଡ଼ା ରେଳ ଷ୍ଟେସନ ପ୍ରମୁଖ ଷ୍ଟେସନ ପାଲିଟିଛି। ତେଣୁ ରେଳ ମନ୍ତ୍ରାଳୟର ପୂର୍ବ ନିଷ୍ପତ୍ତିକୁ ବଜାୟ ରଖି ରାୟଗଡ଼ାଠାରେ ରେଳ ଡିଭିଜନ ହେଉ ବୋଲି ଯୁବ ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି।

ତେଣୁ ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁଯାୟୀ ରାୟଗଡ଼ାଠାରେ ରେଳ ଡିଭିଜନ ତୁରନ୍ତ କାର୍ଯ୍ୟକାରୀ କରାଯିବା ପାଇଁ ଯୁବ ବିକାଶ ପରିଷଦ ସଦସ୍ୟ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାୟଗଡା ରେଳ ଷ୍ଟେସନ ଯାଏଁ ପହଞ୍ଚି ସେଠାରେ ଷ୍ଟେସନ ପରିଚାଳକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସଂଘ ସଭାପତି ଶିବାଜୀ ଦାସ, ଗୋପିନାଥ ଗୌଡ, ପ୍ରତାପ ହିଆଲ, ଦିବାକର ଗୌଡଙ୍କ ସମେତ ଗଣେଶ ସାହୁ ଓ ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here