ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୩ ଟିକିଆ ଟି-୨୦ ସିରିଜରେ ଭାରତ ୩ଟି ଯାକ ମ୍ୟାଚ ଜିତି ସିରିଜ ବିଜୟୀ ହୋଇଛି। ଫ୍ଲୋରିଡାରେ ଦୁଇଟି ମ୍ୟାଚ ଜିତିବା ପରେ ମଙ୍ଗଳବାର ଗୟନାରେ ଶେଷ ଟି-୨୦ ଜିତି ସିରିଜ ହାତେଇଛି ଟିମ୍ ଇଣ୍ଡିଆ।

ମଙ୍ଗଳବାର ଶେଷ ଟି-୨୦ରେ ଭାରତ ୭ ଓ୍ଵିକେଟରେ ବିଜୟୀ ହୋଇଛି। ୧୪୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଦୁଇ ଓପନର ଭଲ ପ୍ରଦର୍ଶନ କରିପାରିନଥିଲେ। ହେଲେ ବିରାଟ କୋହଲି ଓ ରିଶବ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ବିଜୟୀ ହୋଇଥିଲା। ବିରାଟ କୋହଲି ୪୫ ବଲରେ ୬ଚୌକା ବଳରେ ୫୯ ରନ କରିଥିଲେ। ସେହିପରି ରିଶବ ପନ୍ତ ୪୨ବଲରେ ୪ଚୌକା, ୪ଛକା ବଳରେ ୬୫ ରନ କରିଥିଲେ।

ଏହି ମ୍ୟାଚରେ ଦିପକ ଚହର ୩ଟି ଓ୍ଵିକେଟ ନେଇଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏହାସହ ଭାରତ ୩ଟିକିଆ ଟି-୨୦ ସିରିଜକୁ ନିଜ ନାମରେ କରିଥିଲା। ତେବେ ଆସନ୍ତା କାଲିଠୁ ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିବ।

Comment