ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଖୋଲାଯାଇଛି। ଏହାସହ ଦେଓପାଲି ଡ୍ୟାମର ୨ଟି ଗେଟ୍‌ ଖୋଲା ଯାଇଛି।

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୁଧବାର ସନ୍ଧ୍ୟା ସୁଦ୍ଧା ୬୩୯.୮୦ ମିଟର ରହିଥିଲା। ଏହି ଜଳଭଣ୍ଡାରରେ ସର୍ବୋଚ୍ଚ ୬୪୨.୫୦ମିଟର ଜଳପତ୍ତନ ରହିବା ଆବଶ୍ୟକ।

ଦେଓପାଲି ଡ୍ୟାମର ସମୁଦାୟ ୭ଗୋଟି ଗେଟ୍‌ ମଧ୍ୟରୁ ୨ନମ୍ବର ଏବଂ ୬ନମ୍ବର ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୨୦୦ ଘନମିଟର ପାଣି ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୪୫୦ ଘନମିଟର ଜଳ ନିଷ୍କାସିତ ହେଉଛି।

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର, ତେନ୍ତୁଳିଖୁଣ୍ଟି ବିଡିଓ ଅଖମୀତା କାର୍ତ୍ତିକ ପ୍ରମୁଖ ଜଳଭଣ୍ଡାରର ଜଳ ନିଷ୍କାସନ ସମୟରେ ଉପସ୍ଥିତ ରହିଥିଲେ।

ଇଞ୍ଜିନିୟର ସୋମନାଥ ମହାରଣା, ଇଞ୍ଜିନିୟର ସୁବାଷ ଚନ୍ଦ୍ର ମିଶ୍ର, ଇଞ୍ଜିନିୟର ଅରବିନ୍ଦ ଅଲ୍ଲୀ, ଇଞ୍ଜିନିୟର ଶେଖର ଧଳ ସାମନ୍ତ ପ୍ରମୁଖ ଜଳ ନିଷ୍କାସନ ଉପରେ ନଜର ରଖିଥିଲେ। ଗେଟ୍ ଖୋଲିବ ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।

Comment