ଓଡ଼ିଶାଲାଇଭ ବ୍ୟୁରୋ

ନିକଟରେ ୟୁନିଭରସିଟି ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତି ସଫଳତା ହାସଲ କରିଥିବା ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ। ଏବେ ସେ ଗ୍ଲୋବାଲ ସ୍ପୋର୍ଟସ ବ୍ରାଣ୍ଡ ‘ପୁମା’ର ବ୍ରାଣ୍ଡ ଆମ୍ଵାସାଡର ହୋଇଛନ୍ତି।

ଦୂତି ଚାନ୍ଦ ଦୁଇ ବର୍ଷ ପାଇଁ ‘ପୁମା’ ସହ ଚୁକ୍ତି ସ୍ଵାକ୍ଷାର କରିଛନ୍ତି। ଚୁକ୍ତି ଅନୁସାରେ ଦୂତି ବ୍ରାଣ୍ଡର ବିଜ୍ଞାପନ ସହ ଦେଖାଯିବେ। ଦୂତି ନିଜ ଫେସବୁକ ପେଜରେ କହିଛନ୍ତି, “ଏହା ମୋତେ ବହୁତ ଖୁସି ଦେଉଛି ଯେ ଗୋଟେ ବିଶ୍ଵ ପ୍ରତିଷ୍ଠିତ ବ୍ରାଣ୍ଡ ମୋତେ ସୁଯୋଗ ଦେଇଛି। ଖେଳରେ ମଧ୍ୟ ସମର୍ଥନ କରୁଛି।”

ଗତମାସରେ ସେ ପ୍ରଥମ ମହିଳା ଭାବେ ବିଶ୍ଵ ୟୁନିଭରସିଟି ଗେମରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହାସହ ସେ ବିଶ୍ଵର ୫୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ୪୭ତମ ସ୍ଥାନ ମଧ୍ୟ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here