ଓଡ଼ିଶାଲାଇଭ ବ୍ୟୁରୋ

ଗୁରୁବାର ଭାରତ ଓ ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ମ୍ୟାଚରେ ମାତ୍ର ୧୩ ଓଭର ଖେଳ ହୋଇଥିଲା। ଏହି ୧୩ ଓଭରରେ ଓ୍ଵେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ଗୋଟିଏ ଓ୍ଵିକେଟ ହରାଇ ୫୪ ରନ କରିଥିଲେ।

ସକାଳୁ ବର୍ଷା ହେବାରୁ ମ୍ୟାଚ ଦୁଇ ଘଣ୍ଟା ପରେ ବର୍ଷା ହୋଇଥିଲା। ଫଳରେ ମ୍ୟାଚକୁ ୪୩ ଓଭର ରଖାଯାଇଥିଲା। ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ଧିମା ଆରମ୍ଭ କରିଥିଲେ। ୫ ଓଭରରେ ଓ୍ଵେଷ୍ଟଇଣ୍ଡିଜ ୯ରନ କରିଥିବା ବେଳେ ପୁମି ବର୍ଷା ହୋଇଥିଲା।

ତେବେ ଓଦା ପଡ଼ିଆ ଓ ବର୍ଷାକୁ ଦେଖି ଅମ୍ପାୟାର ଖେଳକୁ ୩୪ ଓଭର କରିଥିଲେ। ୭ ଓଭରରେ ଏଭିନ ଲୁଇସ ଆକ୍ରମଣ କରିଥିଲେ। ଖଲ୍ଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ତାଙ୍କୁ ୧୫ରନ ମାରିଥିଲେ। ୧୩ ଓଭର ବେଳକୁ ଖେଳ ବନ୍ଦ ହେବା ବେଳକୁ ଓ୍ଵେଷ୍ଟଇଣ୍ଡିଜ ଗୋଟିଏ ଓ୍ଵିକେଟ ହରାଇ ୫୪ ରନ କରିଥିଲା। ପରେ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଥିଲା।

Comment