ଓଡ଼ିଶାଲାଇଭ ବ୍ୟୁରୋ

ଯୁକ୍ତ ୩ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ୧୦ ତାରିଖରେ ଶେଷ ହେବା ପରେ ବଳକା ସିଟ୍‌ରେ ନାମ ଲେଖା ପାଇଁ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମଲେଖା ପାଇଁ କଲେଜମାନଙ୍କରେ ଅଗଷ୍ଟ ୧୬ ତାରିଖ ୧୧ଟାରୁ ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ।

ସ୍ପଟ୍‌ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀ ଅଗଷ୍ଟ ୧୯ରୁ ୨୧ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମଲେଖା ଫିସ୍ ଦାଖଲ କରିପାରିବେ।

ସ୍ପଟ୍‌ ଆଡମିସନ ବିଷୟରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ସାମ୍ସ ଓ୍ଵେବସାଇଟ କିମ୍ଵା ସାମ୍ସ ସେଣ୍ଟରରେ ଯୋଗାଯୋଗ କରିପାରିବେ।

ସେହିପରି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ଅଗଷ୍ଟ ୧୦ ତାରିଖ ସୁଦ୍ଧା ନାମଲେଖା ଶେଷ ହେବ। ୧୧ ତାରିଖ ସୁଦ୍ଧା ଆନେକ୍ସ ୭ ଦାଖଲ କରିପାରିବେ। ୧୨ ତାରିଖ ସୁଦ୍ଧା ଦ୍ଵିତୀୟ ପର୍ଯ୍ୟାୟ ନାମଲେଖାର ଡାଟା ଇ-ସ୍ପେସ୍‌ରେ ଅପଲୋଡ କରାଯିବ।

Comment