ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ଥିବା ଏକ ମଦ ଭାଟିରେ ଶୁକ୍ରବାର ବିଳମ୍ବିତ ମାଓବାଦୀ ଲଙ୍କାକାଣ୍ଡ ଭିଆଇଛନ୍ତି। ଦୋକାନରେ ଥିବା ଏକ ଭ୍ୟାନ ଜାଳିଦେବା ସହ ବାଇକ ମଧ୍ୟ ପୋଡ଼ି ଦେଇଛନ୍ତି।

ଏଥିସହ ଘଟଣାସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହେବା ଚସହ ସହ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

ତୁରନ୍ତ ମଦଭାଟି ବନ୍ଦ କରିବାକୁ ଏହି ପୋଷ୍ଟରରେ ମାଓବାଦୀ ଧମକ ଦେଇଛନ୍ତି। ମଦଭାଟି ବନ୍ଦ ନହେଲେ ମୁଣ୍ଡକାଟ ହେବ ବୋଲି ସେଥିରେ କୁହାଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀ ସେହ ଭାଟିକୁ ଆସିଥିଲେ। ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ଗୋଟିଏ ଘରେ ବନ୍ଦ କରି ଏଭଳି କାଣ୍ଡ କରିଥିଲେ।

ଶନିବାର ମାଲିକ ଖବର ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment