ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଧୀରେ ଧୀରେ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ଥିଲାବେଳେ ଏବେ ଏହାର ଜଳସ୍ତର  ୬୧୩.୫୨ ଫୁଟ୍‌ ଯାଏଁ ପହଞ୍ଚିଲାଣି।

ଡ୍ୟାମକୁ ସେକେଣ୍ଡ ପ୍ରତି ପ୍ରବେଶ କରୁଛି ୧,୪୬, ୬୮୬ ଘନଫୁଟ ଜଳ। ସେହିପରି ଡ୍ୟାମରୁ ସେକେଣ୍ଡ ପ୍ରତି ନିଷ୍କାସିତ ହେଉଛି ୧୪ ହଜାର ୨୮୦ ଘନଫୁଟ ଜଳ।

ଅନ୍ୟପକ୍ଷରେ ଆସନ୍ତା ୧୪ ତାରିଖରେ ଦିନ ୧୧ଟା ପରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଏନେଇ ଗତକାଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଥିଲେ। ବର୍ଷାସ୍ଥିତି ଦେଖି କେତୋଟି ଗେଟ୍‌ ଖୋଲାଯିବ ତାହା ସେହଦିନ ସ୍ପଷ୍ଟ ହେବ।

Comment