ଓଡ଼ିଶାଲାଇଭ ବ୍ୟୁରୋ

ବିରାଟ କୋହଲିଙ୍କ ଦମଦାର ଶତକ ଓ ଭୁବନେଶ୍ଵର କୁମାରଙ୍କ ଘତକ ବୋଲିଂ ବଳରେ ଭାରତ ଓ୍ଵେଷ୍ଟଇଣ୍ଡିଜକୁ ୫୯ ରନରେ ପରାସ୍ତ କରିଛି। ୨୭୯ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ବର୍ଷା ଯୋଗୁଁ ଡକ୍‌ ଓ୍ଵର୍ଥ ନିୟମ ଅନୁସାରେ ଓ୍ଵେଷ୍ଟଇଣ୍ଡିଜ ସମ୍ମୁଖରେ ୪୬ ଓଭରରେ ୨୭୦ରନ ଟାର୍ଗେଟ ରହିଥିଲା। ମାତ୍ର ଓ୍ଵେଷ୍ଟଇଣ୍ଡିଜ ୪୨ ଓବରରେ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା।

ଏଥିରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନ ବିଫଳ ହୋଇଥିଲେ। ପରେ ଦ୍ଵିତୀୟ ଓ୍ଵିକେଟରେ ଯୋଗ ଦେଇଥିବା ବିରାଟ କୋହଲି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ପରେ ରିଶବ ପନ୍ତ ମଧ୍ୟ ବିଫଳ ହୋଇଥିଲେ। ଚତୁର୍ଥ ଓ୍ଵିକେଟରେ ଯୋଗ ଦେଇଥିବା ଶ୍ରେୟାସ ଆୟର ବିରାଟଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଏହାସହ ବିରାଟ ତାଙ୍କର ୪୨ତମ ଶତକ ପୂରଣ କରିଥିଲେ। ଦଳୀୟ ସ୍କୋର ୨୨୬ ହୋଇଥିବା ବେଳେ ବିରାଟ ୧୨୦ରନ କରି ଆଉଟ ହୋଇଯାଇଥିଲେ।

ସେହିପରି ଶ୍ରେୟାସ ଆୟର ୬୮ ବଲରୁ ୫ଟି ଚୌକା ଗୋଟିଏ ଛକା ବଳରେ ୭୧ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଦାର ଯାଦବ(୧୬) ଓ ରବିନ୍ଦ୍ର ଜାଡେଜା(୧୬) ରନ କରିଥିଲେ।

୨୮୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ବର୍ଷା ଯୋଗୁଁ ଦଳ ଆଗରେ ୪୬ ଓଭରରେ ୨୭୦ରନର ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ଓ୍ଵେଷ୍ଟଇଣ୍ଡିଜର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଫଳରେ ଦଳ ୪୨ ଓଭରରେ ୨୧୦ରନରେ ଅଲଆଉଟ ହୋଇଥିଲା।

Comment