ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟକୁ ଉନ୍ନତ କରିବାକୁ ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି। ସେନ୍ସସର ବ୍ୟାଟ ପରେ ଏବେ କ୍ରିକେଟକୁ ଆସୁଛି ମାଇକ୍ରୋ ଚିପ ଥିବା ‘ସ୍ମାର୍ଟ ବଲ୍‌’। ଏହି ବଲ୍‌ ଅଷ୍ଟ୍ରେଲିଆର ବିଗ୍‌ ବସ୍‌ ଲିଗ୍‌ରେ ଖେଳାଯିବ।

ଏହାକୁ ଅଷ୍ଟ୍ରେଲିଆର ଏକ କମ୍ପାନି କୁକାବୁରା ତିଆରି କରିଛି। ସ୍ମାର୍ଟ ବଲର ବିକାଶ ପାଇଁ ବଲ୍ ନିର୍ମାଣ କରୁଥିବା ଏହି କମ୍ପାନୀ ଟେକ୍ ଇନୋଭେଟର ସହ ଚୁକ୍ତି ସ୍ୱାକ୍ଷରିତ କରିଛି। ଏହି ବଲରେ ଲାଗିଥିବା ଚିପ୍‌ ରିୟଲ ଟାଇମ୍‌ ଡାଟା ପ୍ରଦାନ କରିବ। ଯେଉଁଥିପାଇଁ ତାକୁ ସ୍ମାର୍ଟ ବଲ୍‌ କୁହାଯାଉଛି।

ଏଥିରେ ଲାଗିଥିବା ସ୍ପିଡ ଏହାର ଗତି, ପ୍ରି ବାଉନ୍ସ ଓ ପୋଷ୍ଟ ବାଉନ୍ସ ନେଇ ସଙ୍କେତ ଦେବ। କ୍ରିକେଟ ପଡିଆରେ ଏହି ସ୍ମାର୍ଟ ବଲ ଆସିବା ଦ୍ୱାରା ଅମ୍ପାୟାରଙ୍କୁ ରିଭ୍ୟୁ ସିଷ୍ଟମରେ ସାହାଯ୍ୟ ମିଳିବ। ବିଗ ବସ ଲିଗରେ ଏହାର ବ୍ୟବହାର କରିବା ପରେ ଅନ୍ତର୍ଜାତୀୟ କ୍ରିକେଟର ଏହାର ପ୍ରୟୋଗ କରାଯିବ।

LEAVE A REPLY

Please enter your comment!
Please enter your name here