ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦିନକ ପରେ ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ। ଏଥର ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଭାବେ ସ୍ୱାଧୀନତା ଦିବସ ପାଳନ କରିବ।

ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀନଗଗର ଶେର-ଏ- କଶ୍ମୀର ଷ୍ଟାଡିୟମରେ ଜମ୍ମୁ କଶ୍ମୀର ପୋଲିସ୍‌ ପରେଡ୍‌ ଅଭ୍ୟାସ କରିଛନ୍ତି।

ସ୍ୱାଧୀନତା ଦିବସରେ ପରେଡ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି। ଜମ୍ମୁ ସେଣ୍ଟ୍ରାଲ ୟୁନିଭର୍ସିଟିରେ ପଢ଼ୁଥିବା ଛାତ୍ରୀମାନେ ଏଥିରେ ଭାଗ ନେବେ। ମଙ୍ଗଳବାର ଏହି ଅଭ୍ୟାସ କାର୍ଯ୍ୟକ୍ରମ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଛି, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଅଘଟଣ ଘଟିନାହିଁ। ଗତକାଲି କଶ୍ମୀରବାସୀ ଶୃଙ୍ଖଳିତ ଭାବେ ଇଦ୍ ପାଳନ କରିଥିଲେ।

Comment