ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼ ,ସମ୍ବଲପୁର, ଝାରସୁଗୁଡ଼ା , ସୋନପୁର ଓ ବୈାଦ୍ଧ। ସେହିପରି ଗତକାଲି ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇଥିଲେ ବେଳେ ଆଜି ବର୍ଷା ପରିମାଣ କମ୍‌ ହେବା ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ୮୫ ମିମି, ଟିଟିଲାଗଡ଼ରେ ୮୨ ମିମି, ବଲାଙ୍ଗିରରେ ସର୍ବାଧିକ ୫୫୫ ମିମି ବର୍ଷା ରେକର୍ଡ କରାଯାଇଛି।

ମୌସୁମୀ ସକ୍ରିୟ ଥିବାରୁ ଗତ କିଛି ଦିନରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିଥିବା କହିଛି ପାଣିପାଗ ବିଭାଗ।

Comment