ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। ନଦୀର ତଳମୁଣ୍ଡଳରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଛି। କଟକ ମୁଣ୍ଡଳିଠାରେ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା।

ଏହି ପ୍ରଭାବରେ କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଯାଜପୁରରେ ବନ୍ୟା ଅଶଙ୍କା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ପକ୍ଷରୁ କୁହାଯାଇଛି।

ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ ୧୩ ଜିଲ୍ଲାର ଜିଲ୍ଲାପାଳ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୧୫ ତାରିଖ ସକାଳେ ମୁଣ୍ଡଳିରେ ବନ୍ୟା ଜଳ ପ୍ରବେଶ କରିବ।ସକାଳ ୬ଟାରୁ ୧୦ଟା ମଧ୍ୟରେ ୧୧.୫ ଲକ୍ଷ କ୍ୟୁସେକ୍‌ ଜଳ ମୁଣ୍ତଳିରେ ପ୍ରବାହିତ ହେବ।

LEAVE A REPLY

Please enter your comment!
Please enter your name here