ଓଡ଼ିଶାଲାଇଭ ବ୍ୟୁରୋ

ବିରାଟଙ୍କ ଦମଦାର ଶତକ ଓ ଖଲିଲ ଅହମ୍ମଦଙ୍କ ଚମତ୍କାର ବୋଲିଂ ବଳରେ ଓ୍ଵେଷ୍ଟଇଣ୍ଡିଜକୁ ୬ଓ୍ଵିକେଟରେ ହରାଇଛି ଭାରତ। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୩ଟିକିଆ ଦିନିକିଆ ସିରିଜର ଶେଷ ଦିନିକିଆରେ ଭାରତ ବିଜୟୀ ହୋଇ ସିରିଜକୁ କବଜା କରିଛି।

ବର୍ଷା ବାଧକ ସତ୍ତ୍ଵେ ବ୍ୟାଟିଂ ଆରମ୍ଭ କରିଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ବର୍ଷା ଯୋଗୁଁ ଖେଳକୁ ୩୫ ଓଭର କରାଯାଇଥିଲା। ଫଳରେ ଓ୍ଵେଷ୍ଟଇଣ୍ଡିଜ ୩୫ ଓଭରରେ ୭ ଓ୍ଵିକେଟ ହରାଇ ୨୪୦ ରନ କରିଥିଲା। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କ୍ରିସ ଗେଲ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ସହ ଇଭିନ ଲୁଇସ ମଧ୍ୟ ୪୨ରନର ଏକ ଭଲ ଇଂନିସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକୋଲ ପୂରନ ମଧ୍ୟ ୧୬ ବଲରୁ ବିସ୍ଫୋରକ ୩୦ ରନ କରିଥିଲେ।

ଭାରତକୁ ଡିଏଲ ନିୟମ ଅନୁସାରେ ୩୨ ଓଭରରେ ୨୫୫ରନର ଟାର୍ଗେଟ ମିଳିଥିଲା। ଭାରତୀୟ ଦଳର ଦୁଇ ଓପନର ଭଲ ପ୍ରଦର୍ଶନ କରିପାରିନଥିଲେ। ହେଲେ ପ୍ରଥମ ଓ୍ଵିକେଟରେ ଆସିଥିବା ବିରାଟ କୋହଲି ଦମଦାର ବ୍ୟାଟିଂ କରି ୯୯ ବଲରୁ ୧୧୪ ରନ କରିଥିଲେ। ତାଙ୍କ ସହ ଶ୍ରେୟାସ ଆୟର ୪୧ ବଲରୁ ବିସ୍ଫୋରକ ୬୫ ରନ କରି ଦଳକୁ ବିଜୟୀ କରାଇଥିଲେ।

ତେବେ ଏହି ମ୍ୟାଚରେ ବିରାଟଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ସିରିଜରେ ଅଧିକ ରନ କରିଥିବାରୁ ସେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ।

Comment