ଓଡ଼ିଶାଲାଇଭ୍ ବ୍ୟୁରୋ
- ରାଉରକେଲା ଏନ୍ଆଇଟି କ୍ୟାମ୍ପସରେ ଆସିଷ୍ଟାଣ୍ଟ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ
- ୪ ପୃଷ୍ଠାର ଏକ ସୁଇସାଇଡ ନୋଟ୍ ଜବତ
- ଦୁଇ ଦିନ ଧରି ବନ୍ଦ ଥିଲା କ୍ୱାଟର୍ସ
- କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କଲା ପୋଲିସ
- ଉଭୟ ୯ ବର୍ଷ ତଳେ ବିବାହ କରିଥିଲେ
ରାଉରକେଲା ଏନ୍ଆଇଟି କ୍ୟାମ୍ପସରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ। ଶନିବାର ଏନ୍ଆଟି କ୍ୟାମ୍ପସର କ୍ୱାଟର୍ସ ଘରୁ ଅନୁଷ୍ଠାନର ଆସିଷ୍ଟାଣ୍ଟ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ପ୍ରଫେସର ହେଉଛନ୍ତି ଲାଇଫ୍ ସାଇନ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଆର ଜୟବାଲନ ଏବଂ ତାଙ୍କ ପତ୍ନୀ ମାଲିନୀ କେଶଭନ।
ସୂଚନା ମୂତାବିକ, ଗତ ଦୁଇ ଦିନ ଧରି ଆସିଷ୍ଟାଣ୍ଟ ପ୍ରଫେସର ଆର ଜୟବାଲନଙ୍କ କ୍ୱାଟର୍ସ ବନ୍ଦ ଥିଲା। ଖବର ପାଇ ପୋଲିସ ଶନିବାର କ୍ୱାଟର୍ସ କବାଟ ଭାଙ୍ଗି ଉଭୟଙ୍କ ମୃତ ଦେହ ଉଦ୍ଧାର କରିଛି। ଏହାକୁ ନେଇ ବର୍ତ୍ତମାନ ଏନ୍ଆଟି କ୍ୟାମ୍ପସରେ ଚାଞ୍ଚଲ୍ୟ ଖେଳିଯାଇଛି।
୩୮ ବର୍ଷୀୟ ଆର ଜୟବାଲନ ଏବଂ ୩୫ ବର୍ଷୀୟା ପତ୍ନୀ ମାଲଭି କେଶଭନ ୯ ବର୍ଷ ତଳେ ବିବାହ କରିଥିଲେ। ମାଲିନୀ କେଶଭନ ହେଉଛନ୍ତି ତାମିଲନାଡୁର ଏରୋଡ ଜିଲ୍ଲାର।
ପୋଲିସ ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ପୋଲିସ୍ କ୍ୱାଟର୍ସରୁ ୪ ପୃଷ୍ଠାର ଏକ ସୁଇସାଇଡ ନୋଟ୍ ଉଦ୍ଧାର କରିଛି। ଘଟଣାସ୍ଥଳରେ ରାଉରକେଲା ଏସ୍ପି ସାର୍ଥକ ଷଡ଼ଙ୍ଗୀ ଫରେନ୍ସିକ୍ ଟିମ୍ ସହିତ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।